ଆହ୍ଲାବାଦ: ଲିଭ ଇନ ରିଲେସନକୁ ନେଇ ବଡ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ବିବାହିତା ମହିଳା ଯଦି ଅନ୍ୟ ପୁରୁଷଙ୍କ ସହିତ ସ୍ବାମୀ ସ୍ତ୍ରୀଙ୍କ ଭଳି ରହୁଛନ୍ତି, ତେବେ ଏହାକୁ ଲିଭ-ଇନ-ରିଲେସନସିପ ବୋଲି ବିବେଚନା କରାଯିବ ନାହିଁ । ଯେଉଁ ପୁରୁଷଙ୍କ ସହିତ ରହୁଥିବେ ସେ 494/495 ଅପରାଧୀ ବୋଲି କହିଛନ୍ତି କୋର୍ଟ ।
କୋର୍ଟ କହିଛନ୍ତି, କୌଣସି ଅପରାଧୀକୁ ସୁରକ୍ଷା ଦେବାର ଆଦେଶ ଦିଆଯିବ ତାହେଲେ ଏହା ଅପରାଧକୁ ସୁରକ୍ଷା ଦେବା ଭଳି ହେବ । ଆଇନ ବିରୋଧରେ କୋର୍ଟ ନିଜ ଅନ୍ତର୍ନିହିତ ଶକ୍ତିର ପ୍ରୟୋଗ କରିପାରିବ ନାହିଁ ବୋଲି ଏହି ରାୟରେ କୁହାଯାଇଛି ।
ବିଚାରପତି ଏସପି କେଶୱାନୀ ଓ ବିଚାରପତି ଡଃ. ୱାଇ କେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଓ ସସନୀ ଥାନା ଅନ୍ତର୍ଗତ ଆଶାଦେବୀ ଓ ଅରବିନ୍ଦଙ୍କ ଯାଚିକାକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି । ଆବେଦନକାରୀ ଆଶାଦେବୀ ମହେଶ ଚନ୍ଦ୍ରଙ୍କ ପତ୍ନୀ । ଦୁଇ ଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇନାହିଁ । ହେଲେ ଆଶାଦେବୀ ନିଜ ସ୍ବାମୀଙ୍କ ଠୁ ଅଲଗା ହୋଇ ଅନ୍ୟ ଜଣ ପୁରୁଷଙ୍କ ସହିତ ପତି ପତ୍ନୀଙ୍କ ଭଳି ରହୁଛନ୍ତି । କୋର୍ଟ କହିଛନ୍ତି, ଏହା ଲିଭ-ଇନ ରିଲେସନସିପ ନୁହେଁ । ଏହା ଏକ ଅପରାଧ । ଏଥିପାଇଁ ପୁରୁଷ ଅପରାଧ ବୋଲି କହିଛନ୍ତି କୋର୍ଟ ।
ଆବେଦନକାରୀଙ୍କ କହିବା ଅନୁଯାୟୀ ଦୁଇ ଜଣ ଲିଭ ଇନ ରିଲେସନସିପରେ ରହୁଛନ୍ତି । ଏଥିପାଇଁ ପରିବାର ଲୋକଙ୍କ ଠାରୁ ସୁରକ୍ଷା ଦିଆଯାଉ । କୋର୍ଟ ଏହା ମଧ୍ୟ କହିଛନ୍ତି, ମହିଳାଙ୍କ ସହିତ ଧର୍ମ ପରିବର୍ତ୍ତନ କରି ଲିଭ ଇନ ରିଲେସନରେ ରହିବା ମଧ୍ୟ ଅପରାଧ । ଯେଉଁଥିପାଇଁ ଅବୈଧ ସମ୍ବନ୍ଧ ସ୍ଥାପନ କରିଥିବା ପୁରୁଷ ଅପରାଧୀ । ଏହି ସମ୍ପର୍କକୁ ବୈଧ କୁହାଯାଇପାରିବ ନାହିଁ ।