ETV Bharat / bharat

ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ରିପୋର୍ଟ ତଲବ

author img

By

Published : Jul 13, 2020, 7:10 PM IST

ଦିଲ୍ଲୀ ହିଂସା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକାଧିକ ଯାଚିକା ଦାଖଲ କରାଯାଇଛି । ଏହି ସମସ୍ତ ଦାବି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଦୁଇ ଦିନ ମଧ୍ୟରେ ଏହି ମାମଲାର ଯବାବ ଦେବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି ।

delhi violence
କେନ୍ଦ୍ରକୁ 2 ଦିନ ମଧ୍ୟରେ ଯବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକାଧିକ ଯାଚିକା ଦାଖଲ କରାଯାଇଛି । ଏହି ସମସ୍ତ ଦାବି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ଦିନ ମଧ୍ୟରେ ଏହି ମାମଲାର ଯବାବ ଦେବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି ।

ଏହି ମାମଲାକୁ ନେଇ ଗତ କିଛି ଦିନ ତଳେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୋର୍ଟରେ ଆଉ 3ଟି ଚାର୍ଜସିଟ ଦାଖଲ କରିଥିଲେ । ଚାର୍ଜସିଟରେ ଦାବି କରାଯାଇଛି ଯେ, ଏକ ସମ୍ପ୍ରଦାୟର ଲୋକ ଅନ୍ୟ ଏକ ସମ୍ପଦାୟର ଘରେ ଏବଂ ଦୋକନରେ ନିଆଁ ଲଗାଇଦେଇଥିଲେ । ଏହାପରେ ମାମଲା ହିଂସାର ରୂପ ନେଇଥିଲା ।

ଉଭୟ ପକ୍ଷରୁ ଏହାକୁ ନେଇ ପଥର ଫିଙ୍ଗାଫିଙ୍ଗି ହୋଇଥିଲା । ଏହା ମଧ୍ୟରେ ବୁଜପୁରୀରେ ଏକ ସମ୍ପ୍ରଦାୟ 3 ଯୁବକଙ୍କୁ ଘେରି ତାଙ୍କୁ ମାଡ ମାରିଥିଲେ । ଯେଉଁଥିରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ପ୍ରକାଶ ଥାଉକି, ଦିଲ୍ଲୀରେ ଘଟିଥିବା ସିଏଏ ବିରୋଧ ପ୍ରଦର୍ଶନରେ ଏବେସୁଦ୍ଧା 750 ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ 690 ମାମଲାର ଯାଞ୍ଚ ଉତ୍ତର ପୂର୍ବ ଜିଲ୍ଲା ପୋଲିସ କରୁଛି । ବାକି ଅନ୍ୟ ମାମଲା ଗୁଡିକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.