ପୁଣେ: ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁଣେର ପିମ୍ପରି ଓ ଚିଞ୍ଚବଡରେ ଆର୍ଲଟ ଜାରି କରାଯାଇଛି । ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ପୁଲିସ ପ୍ରଶାସନକୁ ଆଲର୍ଟ ରହିବା ପାଇଁ ଆଦେଶ ମିଳିଥିବା ବେଳେ ପିମ୍ପରି ଓ ଚିଞ୍ଚବଡ ଅଞ୍ଚଳରେ ଥିବା ଭିକାରୀ ଓ ଫକୀରଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।
ଆତଙ୍କବାଦୀମାନେ ଭିକାରୀଙ୍କ ବେଶରେ ଆକ୍ରମଣ କରିବାନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଭିକାରୀ ଓ ଫକୀରଙ୍କ ଯାଞ୍ଚ କରାଯିବା ସହିତ ମନ୍ଦିର ଓ ମସଜିଦଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଗତମାସ ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଚର୍ଚ୍ଚ ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 500ରୁ ଅଧିକ ଲୋକ ଆହତ ହୋଇଥିଲେ ।