ETV Bharat / bharat

ସୁରକ୍ଷା ବଳୟରେ କାଶ୍ମୀର, ଆହୁରି 10 ହଜାର ଅତିରିକ୍ତ ସେନା ମୁତୟନ

ଜମ୍ମୁ ଓ କାଶ୍ମୀରରେ ହୋଇପାରେ ଆଉ ଏକ ବଡ ଧରଣର ହମଲା । ସୂଚନା ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଯାହାକୁ ନେଇ ସମ୍ପୂର୍ଣ୍ଣ ସଜାଗ ପ୍ରତିରକ୍ଷା ବିଭାଗ । ରାଜ୍ଯରେ ମୁତୟନ ହୋଇଛନ୍ତି 10 ହଜାର ଅତିରିକ୍ତ ଯବାନ ।

ଫାଇଲ ଫଟୋ
author img

By

Published : Jul 28, 2019, 5:56 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା କରିଛି ଜାତୀୟ ସୁରକ୍ଷା ପରିଷଦ । ଯାହାକୁ ନେଇ ସଜାଗ ହୋଇଛି ପ୍ରତିରକ୍ଷା ବିଭାଗ । କାଶ୍ମୀର ଗସ୍ତରୁ ଫେରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦେଇଛନ୍ତି ସୂଚନା । ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଅତିରିକ୍ତ 10 ହଜାର ଯବାନଙ୍କୁ କାଶ୍ମୀର କରାଯାଇଛି ମୁତୟନ ।

Jammu kashmir
ଫାଇଲ ଫଟୋ

କିଛିଦିନ ତଳେ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ କାଶ୍ମୀରେ ଘାଟିରେ ମୁତୟନ ହୋଇଥିଲେ ୪୦,୦୦୦ ଅତିରିକ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ। ଯାହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ ମଧ୍ୟ କରିଥିଲେ । ଗୁଇନ୍ଦା ବିଭାଗର ସୂଚନାନୁସାରେ ଜମ୍ମୁ ଓ କାଶ୍ମୀରରେ କିଛି ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଆକ୍ରମଣ କରିପାରନ୍ତି । ଏହି ସୂଚନା ପାଇବା ପରେ କେନ୍ଦ୍ର ସରକାର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ସେଥିପାଇଁ କାଶ୍ମୀର ଘାଟିରେ 100 କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ପ୍ରତିଟି ଫୋର୍ସରେ ରହିଛନ୍ତି 100 ଯବାନ ।

ଶୁକ୍ରବାର ଗୃହମନ୍ତ୍ରାଳୟ ନିର୍ଦେଶ ଅନୁଯାୟୀ କାଶ୍ମୀରରେ ସିଆରପିଏଫର 50, ବିଏସଏଫର 10, ଏସଏସବିର 30, ଆଇଟିବିପିର 10 କମ୍ପାନୀ ମୁତୟନ ହୋଇଛନ୍ତି । ଆତଙ୍କବାଦୀଙ୍କ ଏହି ଆକ୍ରମଣ ଉଦ୍ୟମକୁ ସମ୍ପୂର୍ଣ୍ଣ ରୂପେ ପଣ୍ଡ କରିବାକୁ ଲାଗିପଡ଼ିଛି ସେନା । ଏପରି ଅନେକ ଯୋଜନାକୁ ପୂର୍ବରୁ ନାକାମ ମଧ୍ୟ କରିଛି ଭାରତୀୟ ସେନା । ଶନିବାର ସୋପିଆନରେ ଦୁଇଟି ଆତଙ୍କବାଦୀଙ୍କୁ ନିହତ କରିଥିଲେ ଯବାନ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.