ETV Bharat / bharat

କଚ୍ଛ ଦେଇ ଦେଶରେ ପଶିବେ ପାକ କମାଣ୍ଡୋ !

ଧାରା 370 ପରେ ବିଳିବିଳାଉଛି ପାକିସ୍ତାନ । ଏଥିପାଇଁ ଭାରତରେ ବଡ଼ ଧରଣ ଆକ୍ରମଣ ପାଇଁ ଯୋଜନା ଚଳାଉଛି । ଏନେଇ ଭାରତର କଚ୍ଛ ଉପକୂଳ ଦେଇ ପାକିସ୍ତାନୀ କମାଣ୍ଡୋ କିମ୍ବା ଆତଙ୍କବାଦୀ ପ୍ରବେଶ କରିବାର ସମ୍ଭାବନା ରହିଛି । ଏନେଇ କଚ୍ଛ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 29, 2019, 6:56 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ବିଳିବିଳାଉଛି । ଏପରିକି ଭାରତ ସହିତ ଯୁଦ୍ଧ କରିବାକୁ ଧମକ ଦେଇଛି । ତେବେ ଏହି ସମୟ ମଧ୍ୟରେ ଗୁଜୁରାଟର କଚ୍ଛ ଅଞ୍ଚଳ ଦେଇ ପାକିସ୍ତାନର କମାଣ୍ଡୋ ମାନେ ପ୍ରବେଶ କରିବେ ବୋଲି ସୂଚନା ମିଳିଛି ।

gujurat
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI

ଇଣ୍ଟେଲିଜେନ୍ସି ଏଜେନ୍ସି ଏନେଇ ଗୁରୁବାର ଚେତାବନୀ ଜାରି କରିଛି । ଏନେଇ ଉକ୍ତ ସଂସ୍ଥା କହିଛି ଯେ ପାକିସ୍ତାନର କିଛି ଅଣ୍ଡର ଓ୍ବାଟର କାମ୍ବେଟ(ପାଣି ମଧ୍ୟରେ ଯୁଦ୍ଧ)ରେ ପ୍ରଶିକ୍ଷିତ କମାଣ୍ଡୋ ମାନେ ଗୁଜୁରାଟର କଚ୍ଛ ଅଞ୍ଚଳ ଦେଇ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହି ସୂଚନା ପାଇବା ପରେ ସୀମା ସୁରକ୍ଷା ବଳ ଏବଂ ଭାରତୀୟ ତଟ ରକ୍ଷକ ବଳ ସହିତ ଅନ୍ୟାନ୍ୟ ସୁରକ୍ଷା ବଳ ଗୁଡ଼ିକ ମଧ୍ୟ ହାଇ ଆର୍ଲଟରେ ରହିଥିବା ସୂଚନା ମିଳିଛି ।

gujurat
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI

ସେପଟେ କଚ୍ଛ ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଅନୁଯାୟୀ ପାକିସ୍ତାନର କିଛି ଏସଏସଜି କମାଣ୍ଡୋ କିମ୍ବା ଆତଙ୍କବାଦୀମାନେ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା କରୁଥିବା ସୂଚନା ରହିଛି । ଏମାନେ ଛୋଟ ଡଙ୍ଗା ମାଧ୍ୟମରେ ଭାରତରେ ପ୍ରବେଶ କରିପାରନ୍ତି ବୋଲି ଆଇବି ପକ୍ଷରୁ ସୂଚନା ରହିଛି ।

ତେବେ ଏହି ସୂଚନା ପରେ ଗୁଜରାଟର କଣ୍ଡଲା ବନ୍ଦରଗାହରେ ମଧ୍ୟ ସୂଚନା ବଢାଇ ଦିଆଯାଇଛି । ଦେଶରେ ପରିସ୍ଥିତିକୁ ବିଗାଡ଼ିବା କିମ୍ବା ଗୁଜୁରାଟରେ ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ମଧ୍ୟ ପ୍ରବେଶ କରିପାରନ୍ତି ବୋଲି ଜଣାପଡ଼ିଛି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.