ETV Bharat / bharat

ପ୍ରତ୍ୟାକ୍ରମଣ କରିପାରେ ପାକିସ୍ତାନ, ହାଇ ଆଲର୍ଟରେ ଏୟାର ଡିଫେନ୍ସ ସିଷ୍ଟମ - high alert

ଗତ ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି। ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି । ତେବେ ଜବାବରେ ପାକିସ୍ତାନ ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ନେଇ ଭାରତୀୟ ବାୟୁସେନା ଆଶଙ୍କା କରିଛି।

ଡିଜାଇନ ଫଟୋ
author img

By

Published : Feb 27, 2019, 2:16 PM IST

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟ ଜାରି କରିଛି। ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଏପରି ପଦକ୍ଷେପ ନେଇଛି ଭାରତୀୟ ବାୟୁସେନା । ଭାରତ ଆକ୍ରମଣ ପରେ ପାକ୍‌ ମଧ୍ୟ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ସୂଚନା ରହିଛି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି। ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି। ତେବେ ଜବାବରେ ପାକିସ୍ତାନ ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ନେଇ ଭାରତୀୟ ବାୟୁସେନା ଆଶଙ୍କା କରିଛି।

ତେଣୁ ବାୟୁସେନା ନିଜର ସମସ୍ତ ଏୟାର ଡିଫେନ୍ସ ସିଷ୍ଟମକୁ ହାଇ ଆଲର୍ଟ କରିଛି। ଏହାସହ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଏବଂ ଏଲଓସିରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ପାକ୍‌ ବାୟୁସେନା ପକ୍ଷରୁ କୌଣସି ଆକ୍ରମଣ ହେଲେ ଏହାର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛି ବାୟୁସେନା । ଏଥିପାଇଁ ଏହା ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।

  • Indian Air Force has put on high alert all air defence systems along the international border and LoC to respond to any possible action by Pakistan Air Force. pic.twitter.com/9GER7eqGPf

    — ANI (@ANI) 26 February 2019 " class="align-text-top noRightClick twitterSection" data=" ">

ପୂର୍ବରୁ ଆକ୍ରମଣ ପରେ ପଞ୍ଜାବ ଓ ଗୁଜୁରାଟରେ ହାଇ ଆଲର୍ଟ ଜାରି ହୋଇଥିଲା। ଏହାସହ ଲୋକଙ୍କୁ ଏବଂ ଯବାନଙ୍କୁ ମଧ୍ୟ ସତର୍କ କରାଯାଇଛି।ରାଜସ୍ଥାନର ଜାମନଗର, ଉତ୍ତରଲାଇ, ଜୈସଲମେର, ଯୋଧପୁର, ଫଲୋଦୀ, ନାଲରେ ହାଇଆଲର୍ଟ ଜାରି କରାଯାଇଛି । ସେହିପରି ପଞ୍ଜାବରେ ସମସ୍ତ ଏୟାରବେସରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ସେନାଙ୍କ ଅଧିକାରୀ କହିବା କଥା ହେଲା ସେନାମାନେ ସମୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ।

ରିପୋର୍ଟ ଅନୁସାରେ ବାୟୁସେନା ପିଓକେର ବାଲାକୁଟଠାରେ ଥିବା ଜୈଶର ପ୍ରାୟ 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି ।ଜୈଶର 3ଟି କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ଭାରତୀୟ ବାୟୁସେନା । ତେବେ ସମସ୍ତ ସେନା ସୁରକ୍ଷିତ ଭାବେ କାଶ୍ମୀର ଫେରିଆସିଛନ୍ତି । ଏହାସହ ଏୟାରବେସ ସମ୍ପୂର୍ଣ୍ଣଭାବେ ହାଇଆଲର୍ଟ ମୋଡରେ ରହିଛି ।

Slug- ମୁଗ ଫସଲରୁ ମୁଁହ ଫେରାଉଛନ୍ତି ଚାଷୀ

Format- PKG

Place- Khurda,24.2.19

Report- Govind Chandra Panda

ଆଙ୍କର : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳରେ କ୍ରମଶଃ ହ୍ରାସ ପାଉଛି ମୁଗ ଚାଷ । ମୁଗ ଫସଲ ଏକ ଲାଭଦାୟକ ଫସଲ ହୋଇଥିବା ବେଳେ ପ୍ରୋତ୍ସାହନ ଏବଂ ସଚେତନତା ଅଭାବରୁ ଏହି ଚାଷରୁ ମୁଁହ ଫେରେଇଲେଣି ଚାଷୀ । ସେହିପରି ମୁଗ ଚାଷରେ ବେସ ନା କରିଥିବା ଖୋର୍ଦ୍ଧା ମଲିପଦର ଗାଁରେ ମଧ୍ୟ ସମାନ ଅବସ୍ଥା । ବିହନ ଓ ରୋଗୋପୋକ ହେତୁ ଚାଷୀମାନେ ବହୁତ କ୍ଷତି ସହୁଥିବା ବେଳେ ସ୍ଥାନୀୟ କୃଷି ବିଭାଗର କୌଣସି ଦାଇତ୍ୱ ନଥିବା ଭଳି ମନେ ହେଉଛି ।

VO 1-  ଆଉ ପୂର୍ବଭଳି ଖୋର୍ଦ୍ଧା ବେଗୁନିଆ ଅଂଚଳରେ ଦେଖିବାକୁ ମିଳୁନି ମୁଗ ଫସଲ । ଦିନ ଥିଲା ଖୋର୍ଦ୍ଧାର ମଲିପଦର ଗାଁ ସାଜିଥିଲା ସାଜିଥିଲା ଡାଲିହାଣ୍ଡି । ପର୍ଯ୍ୟାପ୍ତ ପରିମାଣର ମୁଗ ଏଠାରେ ଚାଷ ହେଉଥିଲା , ହେଲେ ଏବେ ତାହା ଆଉ ଦେଖାଯାଉନାହିଁ । ଏଠାରେ ଏବେ ଏକର ଏକର ରବି ଫସଲ ଅନୁକୂଳ ଜମି ପଡିଆ ପଡିଛି । ବୋରିଂ ଏବଂ ଜଳର ସୁବିଧା ଥାଇମଧ୍ୟ ମୁଗ ଚାଷ କରୁନାହାନ୍ତି ଚାଷୀ । ଆଉ ଯେତିକି ଜମିରେ ମୁଗ ଫସଲ ହୋଇଛି ସେଠାରେ ନିମ୍ନମାନର ବିହନ ହେତୁ ଦେଖାଦେଇଛି ସମସ୍ୟା ତ ଆଉ କୋଉଠି ରୋଗ ଲାଗି ଫସଲ ଉଜୁଡିବାକୁ ବସିଲାଣି । ଯାହାଫଳରେ ବର୍ଷ କୁ ବର୍ଷ ଏହି ଏହି ଫସଲରୁ ମୁଁହ ଫେରାଉଥିବା କହିଛନ୍ତି ଚାଷୀ ।

ବାଇଟ 1- କୁଞ୍ଜ ବିହାରୀ ମହାପାତ୍ର , ଚାଷୀ
         2- ବିଦ୍ୟାଧର ପଣ୍ଡା,ଚାଷୀ
         3- ଲକ୍ଷ୍ମୀଧର ପଣ୍ଡା, ଚାଷୀ
         4- ରଞ୍ଜିତ କୁମାର ତ୍ରିପାଠୀ, ଚାଷୀ

VO 2- ଚଳିତ ବର୍ଷ ବେଗୁନିଆ ବ୍ଲକରେ ମୋଟ 13 ହଜାର ହେକ୍ଟରରୁ ଉର୍ଦ୍ଧ୍ବ ରବିଫସଲ ଅନୁକୂଳ ଜମି ରହିଥିବା ବେଳେ ମାତ୍ର 3 ହଜାର 5 ସହ ହେକ୍ଟର ଜମିରେ ଏହି ମୁଗ ଫସଲ କରିଛନ୍ତି ଚାଷୀ । ସେପଟେ ଚଳିତ ବର୍ଷ ମୁଗ ଫସଲ ପାଇଁ ପାଣିପାଗ ବେସ ଅନୁକୂଳ ଥିବାବେଳେ ଚାଷୀମାନେ ଭଲ ଫସଲ ଅମଳ ହେବ ବୋଲି ଆଶା ରଖିଛନ୍ତି । କିନ୍ତୁ ପ୍ରାୟ ଫସଲରେ ଜଉରୋଗ , ମୋଚିକନିଆ ରୋଗ ସହ ପତ୍ରମୋଡା ସମସ୍ୟ ଦେଖା ଦେଇଥିବାରୁ ଏବେ ଚିନ୍ତାରେ ଚାଷୀ । ସେପଟେ ବ୍ଲକ କୃଷି ଅଧିକାରୀ ସବୁ ଠିକ ଅଛି କହି ଚାଷୀ ମାନଙ୍କୁ ବିହନ ସହ ରୋଗପୋକ ନିୟନ୍ତ୍ରଣ ପାଇଁ ଔଷଧ ଦିଆଯାଉଥିବା କହିଛନ୍ତି ।

ବାଇଟ - ରତିକାନ୍ତ ପଟନାୟକ , କୃଷି ଅଧିକାରୀ

FVO - ଚାଷୀଙ୍କୁ ପାଇଁ ସରକାରୀ ସ୍ତରରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ସେହି ସୁବିଧା ପ୍ରକୃତ ଚାଷୀ ପାଖରେ ପହଂଚି ପାରୁନାହିଁ । ଚାଷୀଙ୍କ ପାଖରେ ସମସ୍ତ ସହାୟତା ପହଂଚି ପାରିଲେ ଏହାର ସମାଧାନ ହୋଇପାରନ୍ତା । 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ

Visual by MOJO
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.