ମୁମ୍ବାଇ: ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ସେଲ ନାଭି ମୁମ୍ବାଇରେ ଚଢାଉ କରି 130 କିଲୋଗ୍ରାମର ଆଫଗାନ ହେରୋଇନ ଜବତ କରିଛି । ଚାଲାଣରେ ସଂପୃକ୍ତ 2ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଅପରେସନରେ ସମୁଦାୟ 330 କିଗ୍ରା ହେରୋଇନ ଜବତ କରାଯାଇଛି ।
ଏହାର ଆନୁମାନିକ ମୂଲ୍ୟ 1320 କୋଟି ଟଙ୍କା ହେବ । ଦୁଇ ପ୍ରକାରର ଆଫଗାନ ହେରୋଇନକୁ 260ଟି ବ୍ୟାଗରେ ଭର୍ତ୍ତି କରାଯାଇ ଏକ କଣ୍ଟେନରରେ ଚାଲାଣ କରାଯାଉଥିଲା । ସୂଚନା ପାଇ ଦିଲ୍ଲୀ ପୋଲିସ ଏହି ଚଢାଉ କରିଥିଲା ।