ETV Bharat / bharat

ଏଣିକି ହ୍ବାଟ୍ସଆପ୍‌ରେ ବ୍ୟବହାର କରନ୍ତୁ ଫିଙ୍ଗରପ୍ରିଣ୍ଟ ଲକ୍‌ ଫିଚର

author img

By

Published : Nov 3, 2019, 8:50 PM IST

ହ୍ବାଟ୍ସଆପ୍‌ ବିନା ବର୍ତ୍ତମାନ ପୀଢିର ଜୀବନ ଯେପରି ଅଧା । ପ୍ରତି ମୁହୂର୍ତ୍ତରେ ନିଜ ସାଙ୍ଗସାଥୀ ବା ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଏପର୍ଯ୍ୟନ୍ତର ଏହା ସବୁଠାରୁ ଶ୍ରେଷ୍ଠ ମାଧ୍ୟମ କହିଲେ କିଛି ଭୁଲ ହେବ ନାହିଁ ।

ଫାଇଲ ଫଟୋ

ହାଇଦ୍ରାବାଦ: ହ୍ବାଟ୍ସଆପ୍‌ ବିନା ବର୍ତ୍ତମାନ ପୀଢିର ଜୀବନ ଯେପରି ଅଧା । ପ୍ରତି ମୁହୂର୍ତ୍ତରେ ନିଜ ସାଙ୍ଗସାଥୀ ବା ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଏପର୍ଯ୍ୟନ୍ତର ଏହା ସବୁଠାରୁ ଶ୍ରେଷ୍ଠ ମାଧ୍ୟମ କହିଲେ କିଛି ଭୁଲ ହେବ ନାହିଁ । ତେବେ ଏହି ଆପ ଯଦି ଲୋକଙ୍କୁ ସୋସିଆଲ ହେବାରେ ଏତେ ସାହାଯ୍ୟ କରୁଛି ତାହେଲେ ଏହାର ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । ଏନେଇ ପ୍ରାୟ 11 ମାସ ତଳେ ଲଞ୍ଚ ହୋଇଥିଲା ଫେସ ଆଇଡି ଓ ଟଚ୍‌ ଆଇଡି ପରି ଦୁଇଟି ଫିଚର ।

ଏବେ ଏହାକୁ ଅଧିକ ୟୁଜର ଫ୍ରେଣ୍ଡଲି କରିବା ପାଇଁ ଆସିଛି ଫିଙ୍ଗରପ୍ରିଣ୍ଟ ଲକ୍‌ ଫିଚର । ଏହି ଫିଚର ଦ୍ବାରା ସାଧାରଣ ଲକ୍‌ ପରି ଆପଣ ହ୍ବାଟ୍ସଆପକୁ ମଧ୍ୟ ଫିଙ୍ଗରପ୍ରିଣ୍ଟ ଦେଇ ଲକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ ଫଲୋ କରିବାକୁ ହେବ କିଛି ସହଜ ଷ୍ଟେପ୍ସ । ଜାଣନ୍ତୁ କ’ଣ :

  • ପ୍ରଥମେ ହ୍ବାଟ୍ସଆପ୍‌ ଖୋଲନ୍ତୁ ।
  • ଡାହାଣ ପାର୍ଶ୍ବ ଉପରେ ଥିବା ତିନି ଡଟ୍‌ ଆଇକନରେ କ୍ଲିକ କରନ୍ତୁ ।
  • ବର୍ତ୍ତମାନ ସେଟିଂ ଅପ୍ସନରେ କ୍ଲିକ କରନ୍ତୁ ।
  • ଏବେ ଆକାଉଣ୍ଟ ଓ ପରେ ପ୍ରାଇଭେସି ଅପ୍ସନକୁ ଯାଆନ୍ତୁ ।
  • ଏଠାରେ ସମସ୍ତ ଅପ୍ସନର ତଳେ ଥିବା ‘ଫିଙ୍ଗରପ୍ରିଣ୍ଟ ଲକ୍‌’ ଅପ୍ସନରେ କ୍ଲିକ କରନ୍ତୁ ।
  • ଏବେ ‘ଅନଲକ୍‌ ୱିଥ ଫିଙ୍ଗରପ୍ରିଣ୍ଟ ସେନ୍ସର’ ଅପ୍ସନକୁ ସିଲେକ୍ଟ କରନ୍ତୁ ।
  • ସମସ୍ତ ପ୍ରକ୍ରିୟା ସରିବା ପରେ ଏହା ଆପଣଙ୍କୁ ‘କନଫର୍ମ ଫିଙ୍ଗରପ୍ରିଣ୍ଟ’ କହି ଏକ ନୋଟିଫିକେଶନ ଦେବ ।
  • ଆପଣଙ୍କ କନଫର୍ମେଶନ ପରେ ଏହା ଆପଣଙ୍କୁ କେଉଁ ପରିସ୍ଥିତିରେ ଫିଙ୍ଗରପ୍ରିଣ୍ଟର ଆବଶ୍ୟକତା ଥିବା ନେଇ ପ୍ରଶ୍ନ କରିବ । ଯେଉଁଠାରେ ଆପଣ 3ଟି ଅପ୍ସନ ପାଇପାରିବେ । ଏଥିରେ ତୁରନ୍ତ (ଇମିଡିଏଟ୍‌ଲି), ଗୋଟିଏ ମିନିଟ ପରେ ଓ ଅଧଘଣ୍ଟା ପରେ ଭଳି ଅପ୍ସନ ରହିବ । ନିଜ ସୁବିଧା ଅନୁଯାୟୀ ଆପଣଙ୍କୁ ଯେକୌଣସି ଏକ ଅପ୍ସନକୁ ସିଲେକ୍ଟ କରିବାକୁ ହେବ । ଏହାପରେ ଆପଣଙ୍କ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ପାଇଁ ଫିଙ୍ଗରପ୍ରିଣ୍ଟ ଲକ୍‌ ଆକ୍ଟିଭେଟ ହେବ ।

ଏହି ଫିଚର ଏଣ୍ଡ୍ରଏଡ ଫୋନ ପାଇଁ ରୋଲ ଆଉଟ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.