ରାଞ୍ଚି: ଆସନ୍ତା ନଭେମ୍ବର 30 ତାରିଖରୁ ଆରମ୍ଭ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ ରାଜନୈତିକ ପାଣିପାଗ ଏବେ ବେଶ ଉଷ୍ମ । ଏହି ସମୟରେ ଚିକିତ୍ସାରତ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବା ପାଇଁ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଭେଟିବାକୁ ଡାକ୍ତରଖାନାରେ ପହଞ୍ଚିଛନ୍ତି ।
ତେବେ ହେମନ୍ତ ସୋରେନ ଏବଂ ଲାଲୁଙ୍କ ଏହି ସାକ୍ଷାତକାର ବେଶ ଗୁରୁତ୍ବପୂର୍ଣ୍ଣ ଥିବା ଚର୍ଚ୍ଚା ହେଉଛି । ଦୀର୍ଘ ଦିନରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ଅସନ୍ତୋଷ ଲାଗି ରହିଛି । ତେବେ ଏହି ସାକ୍ଷାତକାର ପରେ ସେହି ଅସନ୍ତୋଷ ସମାପ୍ତ ହେବାର ସମ୍ଭାବନା ଦେଖାଦେଇଛି ।
ମିଳିଥିବା ସୂଚନା ମୁତାବକ ରାଜ୍ୟରେ 7ରୁ ଅଧିକ ଆସନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡ଼ି) ଦାବି କରୁଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) 7ଟି ଆସନ ଛାଡ଼ିବାକୁ କହିଛି । ତେବେ ଏହି ଆସନ ବୁଝାମଣା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି ।