ETV Bharat / bharat

ଦିଲ୍ଲୀରେ ଭାରିମାତ୍ରାରେ ଗଡୁଛି ଯାନବାହନ, ଚାଲିଛି ଜୋରଦାର ଚେକିଂ

author img

By

Published : May 18, 2020, 9:29 AM IST

ଲକଡାଉନ 4 ର ଆଜି ହେଉଛି ପ୍ରଥମ ଦିନ । ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଲକଡାଉନ ନିୟମକୁ ନେଇ ଗାଇଡ ଲାଇନ ଜାରି କରାଯାଇଛି । ତେବେ ଆଜି ସକାଳୁ ରାଜଧାନୀ ଦିଲ୍ଲୀରେ ଭାରି ମାତ୍ରାରେ ଗାଡି ଚଳାଚଳା ଦେଖିବାକୁ ମିଳିଛି । ଲୋକଙ୍କ ପରିଚୟ ଓ ପତ୍ର ସହ ପାସର କଡାକଡା ଭାବରେ ଯାଞ୍ଚ କରାଯାଉଥିବା କହିଛନ୍ତି ପୋଲିସ ଅଧିକାରୀ ।

ଦିଲ୍ଲୀରେ ଭାରିମାତ୍ରାରେ ଗଡୁଛି ଯାନବାହନ, ଚାଲିଛି ଜୋରଦାର ଚେକିଂ
ଦିଲ୍ଲୀରେ ଭାରିମାତ୍ରାରେ ଗଡୁଛି ଯାନବାହନ, ଚାଲିଛି ଜୋରଦାର ଚେକିଂ

ନୂଆଦିଲ୍ଲୀ: ଦେଶବ୍ୟାପୀ ମେ 31 ପର୍ଯ୍ୟନ୍ତ ଲକଡାଉନର ଅବିଧି ବୃଦ୍ଧି କରାଯାଇଛି । ଲକଡାଉନ 4 ରେ କଟକଣାରେ ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କୋହଳ କରାଯାଇଛି । ସେପଟେ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଆଜି ସକାଳୁ ଭାରିମାତ୍ରାରେ ଯାନବାହାନ ଚଳାଚଳ ଦେଖିବାକୁ ମିଳିଛି । ପୋଲିସ ମଧ୍ୟ କଡାକଡି ଯାଞ୍ଚ କରୁଛି । ପାସ ଓ ପରିଚୟ ପତ୍ର ପ୍ରତି ଅଧିକ ଗୁରୁତ୍ତ୍ବ ଦିଆଯାଉଛି ।

ଲକଡାଉନ 4 ର ଆଜି ହେଉଛି ପ୍ରଥମ ଦିନ । ଲକଡାଉନ ନିୟମରେ କିଛି କୋହଳ ହେବା ପରେ ଭାରିମାତ୍ରାରେ ଗାଡି ଚଳାଚଳ ଦେଖିବାକୁ ମିଳିଛି । ପୋଲିସ ଚେକିଂ ମଧ୍ୟ କଡାକଡି କରାଯାଇଛି । ସେହିପରି ଅନେକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମଧ୍ୟ ଆସି ଦିଲ୍ଲୀ-ଘାଜିପୁର ସୀମାରେ ପହଞ୍ଚିଛନ୍ତି । ସେମାନଙ୍କୁ ତାଙ୍କ ଘରକୁ ନେବାକୁ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଉତ୍ତରାଖଣ୍ଡ ପୋଲିସ ମଧ୍ୟ ଅନ୍ତରାଜ୍ୟ ସୀମାରେ ଯାଞ୍ଚ କଡାକଡି କରିଛି । ଯେଉଁମାନେ ଅନ୍ୟରାଜ୍ୟରୁ ଆସୁଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ନମୁନା ସଂଗ୍ରହ କରାଯାଉଛି । ଏହାସହ ସେମାନଙ୍କୁ ତାଙ୍କ ନିକଟସ୍ଥ ପୋଲିସ ଷ୍ଟେସନକୁ ପଠାଯାଉଛି । ଯେଉଁଠି ସେମାନେ ହୋମ କ୍ବାରେନଣ୍ଟାଇନରେ ରହିବେ ବୋଲି ଏକ ବଣ୍ଡ୍‌ ରେ ଦସ୍ତଖତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.