ETV Bharat / bharat

ହିମାଚଳରେ ପ୍ରବଳ ତୁଷାରପାତ: ରାସ୍ତାଘାଟ ଜାମ, ଯାତାୟାତ ଠପ - ହିମାଚଳରେ ପ୍ରବଳ ତୁଷାରପାତ

ପାଣିପାଗ ପରିବର୍ତ୍ତନରେ ହିମାଚଳପ୍ରଦେଶର କୁଲ୍ଲୁ ଏବଂ ଲାହୋଲର ଉପର ମୁଣ୍ଡରେ ବରଫ ଚାଦରରେ ଘୋଡେଇ ହେବାସହ ତଳମୁଣ୍ଡରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତା 9 ତାରିଖ ଯାଁଏ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

heavy snowfal
ହିମାଚଳରେ ପ୍ରବଳ ତୁଷାରପାତ
author img

By

Published : Jan 7, 2020, 2:45 PM IST

ସିମଲା: ଉତ୍ତର ଭାରତରେ ଜାରି ରହିଛି ପ୍ରବଳ ତୁଷାରପାତ । ଯାହାର ପ୍ରଭାବରେ କୁଲ୍ଲୁର ଏକ ଡ୍ରଜନ ରାସ୍ତା ବନ୍ଦ ହେବା ସହ ଯାତାୟତ ଏକପ୍ରକାର ଠପ୍ ହୋଇଛି । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଣିପାଗ ପରିବର୍ତନରେ ହିମାଚଳ ପ୍ରଦେଶର କୁଲ୍ଲୁ ଏବଂ ଲାହୋଲର ଉପର ମୁଣ୍ଡରେ ବରଫ ଚାଦରରେ ଘୋଡେଇ ହେବାସହ ତଳମୁଣ୍ଡରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତା 9 ତାରିଖ ଯାଁଏ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମସ୍ତ ରାସ୍ତାରେ ବରଫ ଜମା ହେବା କାରଣରୁ ରାସ୍ତା ଅବରୋଧ ହୋଇଛି । ଏହାସହ ଏଚଆରଟିସିର ବସ ମଧ୍ୟ ଅଧା ରାସ୍ତାରେ ଅଟକି ରହିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବରଫ ପାତ ଯୋଗୁଁ କୁଲ୍ଲୁରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ମନାଲିରେ ସୋମାବାର ଅପରାହ୍ନରୁ ତୁଷାରପାତ ଲାଗି ରହିଛି ।

ଯାହାକୁ ନେଇ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ଅଧିକ ଉଚ୍ଚକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ କୌଣସି ଆପାତକାଳୀନ ସ୍ଥିତି ଉପୁଜିଲେ 1077 ନମ୍ବରରେ ସୂଚନା ଦେବାକୁ କୁହାଯାଇଛି ।

ଅନ୍ୟପଟେ ହିମାଚଳ ପ୍ରଦେଶ କୁନ୍ନୁର ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପ୍ରବଳ ବରଫପାତ ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହେବା ସହ ଯାତାୟାତରେ ସମସ୍ୟା ଦେଖାଯାଇଛି । ଏହାସହ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । କିନ୍ନୁର ଜିଲ୍ଲାର ଚିଟକୁଲ, ନାକୋ, ହଙ୍ଗୋ, ଚୁଲିଙ୍ଗ, ସାଙ୍ଗଲାରେ ରହୁଥିବା ଲୋକେ କାହାସହ ଯୋଗାଯୋଗ ମଧ୍ୟ ହୋଇପାରୁନି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.