ଡେରାଡୁନ: ବୁଧବାର ସନ୍ଧ୍ୟାରୁ ଦେବଭୂମୀ କେଦାରନାଥରେ ବରଫପାତ ଆରମ୍ଭ ହୋଇଛି । ରାଜ୍ୟର ଅନେକ ସ୍ଥାନରେ ଆକାଶରେ କଳାବାଦଲ ଘୋଟି ରହିଛି । କେଦାରନାଥ ଧାମରେ ଦ୍ବିପହର ସମୟରେ ପାଣିପାଗରେ ପରିବର୍ତ୍ତନ ହୋଇ ସନ୍ଧ୍ୟାବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା ।
ବରଫବର୍ଷା ହେବା ଫଳରେ ସମଗ୍ର ଅଞ୍ଚଳରେ ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି ହୋଇଛି । ଚତୁର୍ଦ୍ଦିଗ ଖାଲି ଶୁଭ୍ର ରଙ୍ଗର ଚାଦରରେ ଆଚ୍ଛାଦିତ ହେବାପରି ପ୍ରତୀତ ହେଉଛି । ତେବେ ଧାମରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ନିର୍ମାଣ ଚାଲିଛି । କିନ୍ତୁ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହୋଇଥିବା ବରଫପାତ ଯୋଗୁଁ କାମରେ ବାଧାପ୍ରାପ୍ତ ହୋଇଥିବା କହିଛନ୍ତି ବୁଡ ଷ୍ଟୋନ ଟିମ ପ୍ରଭାରୀ ମନୋଜ ସେମବାଲ ।
ତେବେ ଧାମରେ ସର୍ବନିମ୍ନ ତାପମାତ୍ରା -4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ରାତ୍ରୀ ସମୟରେ ପାରଦ -10 ଡିଗ୍ରୀ ତଳକୁ ଖସୁଛି । ଯାହାଦ୍ବାରା ଉକ୍ତ ଅଞ୍ଚଳମାନଙ୍କରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ତେବେ ଜିଲ୍ଲା ମୁଖ୍ୟାଳୟ ସମେତ ଅନେକ ସ୍ଥାନରେ ଦିନ ସମୟରେ ପାଣିପାଗ ଖରାପ ରହୁଛି ।