ETV Bharat / bharat

ଏଲଓସିରେ ପୁଣି ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ‌, ଗୁଳିବିନିମୟ ଜାରି - ଜାମ୍ମୁ-କାଶ୍ମୀର ପୋଲିସ

ସୋମବାର ଏଲଓସି ଉରି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଭାରି ଗୁଳିବର୍ଷଣ ହେଉଥିବା ବେଳେ ଏହାର କଡା ଜବାବ ଦେଉଛି ଭାରତୀୟ ସେନା ।

Heavy shelling exchanges on LoC in J&K's Uri sector
ଏଲଓସିରେ ପୁଣି ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ‌, ଗୁଳିବିନିମୟ ଜାରି
author img

By

Published : Apr 27, 2020, 10:25 PM IST

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ । ସୋମବାର ଜମ୍ମୁ-କାଶ୍ମୀର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବା ଜଣାପଡିଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ହାଜିପିର ସେକ୍ଟରେ ପାକିସ୍ତାନ ସୈନ୍ୟ ମାନଙ୍କ ତରଫରୁ ଜୋରଦାର ଗୁଳିବିନିମୟ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

ଉପତ୍ୟକାରେ ଆତଙ୍କୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନରେ ଏହି ଗୁଳିବିନିମୟ ହୋଇଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା କହିଛି ସେନା । ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.