ETV Bharat / bharat

ଭାରତ-ପାକିସ୍ତାନ ସୀମା କୁପୱାଡାରେ ଗୁଳି ବିନିମୟ ଜାରି

ଶୁକ୍ରବାର ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି । ସୀମା ନିକଟରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 10, 2020, 5:23 PM IST

ଶ୍ରୀନଗର: ସାରା ବିଶ୍ବରେ କୋରୋନା ଆତଙ୍କ ଜାରି ରହିଛି । ଭାରତ, ପାକିସ୍ତାନ ସମେତ ବିଶ୍ବର ଶତାଧିକ ରାଷ୍ଟ୍ର କୋରୋନା ମହାମାରୀରେ ଆତଙ୍କିତ । କିନ୍ତୁ ଏଭଳି ଭୟଙ୍କର ସ୍ଥିତି ମଧ୍ୟ ସୁଧୁରିନି ପାକିସ୍ତାନ । ସୀମାରେ ଅସ୍ତ୍ର ବିରତୀ ଉଲ୍ଲଂଘନ କରିବାରେ ଲାଗିଛି । ଶୁକ୍ରବାର ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି । ସୀମା ନିକଟରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ସକାଳେ LOC ର କିରନ ସେକ୍ଟରରେ ପାକିସ୍ତାନୀ ସେନା ଗୁଳି ବିନିମୟ ଜାରି ରଖିଛି । ଏକ ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ, "ପାକିସ୍ତାନ ଦ୍ବାରା ଅସ୍ତ୍ରବିରତି ଉଲ୍ଲଂଘନ ବାରମ୍ବାର କରୁଛି । ଭାରତୀୟ ସେନାର ଏହାର କଡା ଜବାବ ଦେଉଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

ପାକିସ୍ତାନର ଗୁଳି ବିନିମୟରେ କିରନ କ୍ଷେତ୍ରର LOC ନିକଟ ପାଞ୍ଚଟି ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ଏହି ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳିଯାଇଥିଲା ।ମନକେତେକ ସ୍ଥାନରେ ବାସିନ୍ଦାମାନେ ନିଜକୁ ଏବଂ ପରିବାରକୁ ବଞ୍ଚାଇବା ପାଇଁ ଘର ଛାଡିଥିବା ଜଣାଯାଇଛି । ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ କିରନ ସେକ୍ଟରରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.