ଗ୍ୟାଙ୍ଗଟକ୍: ମହାମାରୀ କାଳରେ ଦେଶ ପ୍ରତି ମାଡି ଆସୁଛି ଗୋଟିଏ ପରେ ଗୋଟିଏ ବିପଦ। ବାରମ୍ବାର ଭୂକମ୍ପର ଝଟକାରେ ଦେଶ ଥରହର ହେଉଥିବା ବେଳେ ସିକ୍କିମରେ ଭୂସ୍କଳନ। ଗତ କିଛି ଦିନ ହେବ ଲଗାତାର ବର୍ଷା ହେତୁ ଏକ ବଡ଼ ଧରଣର ଭୂସ୍ଖଳନ ସିକ୍କିମର ପାସିଙ୍ଗଡାଙ୍ଗ ଗ୍ରାମରେ ଘଟିଛି।
ଏପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ। କିନ୍ତୁ ସମ୍ପତ୍ତିର ବ୍ୟାପକ ନଷ୍ଟ ହୋଇଥିବା ଖବର ରହିଛି। ଏହି ଅଞ୍ଚଳରେ ଭୂସ୍ଖଳନ ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସାଧାରଣ ନାଗରିକଙ୍କୁ ଠିକ୍ ସମୟରେ ସ୍ଥାନାନ୍ତର କରିଥିଲା।
ଭୂସ୍ଖଳନ ହେତୁ ରାଜ୍ୟର ଡିଜୋଙ୍ଗୁ ଅଞ୍ଚଳ ବର୍ତ୍ତମାନ ଯାନବାହାନ ଚଳାଚଳ ଠପ୍ ରହିଛି। ରାସ୍ତା ଉପରେ ବଡ ବଡ ପଥର, ଇଲେକଟ୍ରିକ ପୋଲ ପଡିରହିଛି। ସେହିଭଳି ଭୂସ୍ଖଳନ ହେତୁ ଉତ୍ତର ସିକ୍କିମର ଜିଲ୍ଲା ମୁଖ୍ୟାଳୟର ମାଙ୍ଗାନର ଉତ୍ତରରେ ଥିବା ଅଞ୍ଚଳଗୁଡିକ ମଧ୍ୟ ଫାଟିଯାଇ ବିଛିନ୍ନ ହୋଇ ଯାଇଛି।