ETV Bharat / bharat

ତେଲେଙ୍ଗାନାରେ ପ୍ରବଳ ବର୍ଷା, ପୁଣି ଓସମାନିଆ ମେଡିକାଲରେ ପଶିଲା ପାଣି

author img

By

Published : Jul 23, 2020, 3:51 PM IST

Updated : Jul 23, 2020, 4:35 PM IST

ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଗତକାଲି(ବୁଧବାର) ଠାରୁ ଭାରୀ ମାତ୍ରାରେ ବର୍ଷା ହେଉଛି । ଆସନ୍ତାକାଲି ଠାରୁ 5 ଦିନ ପର୍ଯ୍ୟନ୍ତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ଲାଗି ରହିବ ବୋଲି ହାଇଦ୍ରାବାଦ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି।

ତେଲେଙ୍ଗାନାରେ ପ୍ରବଳ ବର୍ଷା, ପୁଣି ଓସମାନିଆ ମେଡିକାଲରେ ପଶିଲା ପାଣି
ତେଲେଙ୍ଗାନାରେ ପ୍ରବଳ ବର୍ଷା, ପୁଣି ଓସମାନିଆ ମେଡିକାଲରେ ପଶିଲା ପାଣି

ହାଇଦ୍ରାବାଦ: ଦକ୍ଷିଣ-ପଶ୍ଚିମ ମୌସୁମୀ ତୀବ୍ର ହେବା କାରଣରୁ ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଚାରିଆଡ ଜଳମଗ୍ନ। ଯୁଆଡେ ଦେଖିବ ସିଆଡେ ପାଣି । ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଗତକାଲି(ବୁଧବାର) ଠାରୁ ଭାରୀ ମାତ୍ରାରେ ବର୍ଷା ହେଉଛି । ଆସନ୍ତାକାଲି ଠାରୁ 5 ଦିନ ପର୍ଯ୍ୟନ୍ତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ଲାଗି ରହିବ ବୋଲି ହାଇଦ୍ରାବାଦ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି।

ଆଗରୁ ଯେବେ ବି ବର୍ଷା ହୁଏ, ଓସମାନିଆ ମେଡିକାଲରେ ପାଣି ପଶିଥାଏ। ତେଣୁ ଏ ବର୍ଷା ପାଣି ମଧ୍ୟ ଓସମାନିଆ ମେଡିକାଲରେ ପଶିଥିଲା। ଫଳରେ ରୋଗୀ ସେବା ବ୍ୟାହତ ହୋଇଥିଲା। ଚଳିତ ମାସ 15 ତାରିଖରେ ପ୍ରଥମ ବର୍ଷା ଜଳ ଏହି ମେଡିକାଲରେ ପଶିଥିଲା।

ଓସମାନିଆ ମେଡିକାଲ ତେଲେଙ୍ଗାନାର ସବୁଠୁ ବଡ ଓ ପୁରାତନ ମେଡିକାଲ। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଓସମାନିଆରେ ବନ୍ୟା ହେବା ଭଳି ଲାଗୁଛି। ବର୍ଷା ପାଣିକୁ ମେଡିକାଲରୁ ବାହାର କରିବା ପାଇଁ କର୍ମଚାରୀମାନେ ବହୁ ପରିଶ୍ରମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2020, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.