ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବୁଧବାର ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ସହରର ଅଧିକାଂସ ଅଞ୍ଚଳ ପାଣି ଘେରରେ ରହିଥାବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଗଷ୍ଟ 6ରେ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଥିଲା ।
ବର୍ଷା ଓ ଝଡତୋଫାନ ପ୍ରଭାବରେ ମୁମ୍ବାଇର ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି 70ରୁ 100 କିଲୋମିଟର ରହିଥିବା ଆଇଏମଡି ପକ୍ଷରୁ କୁହାଯାଇଛି ।
ବର୍ଷା ପବନକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ଘରୁ ନ ବାହାରିବା ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।