ETV Bharat / bharat

ହାଇଦ୍ରାବାଦରେ ପ୍ରବଳ ବର୍ଷା; ବନ୍ୟା ପରିସ୍ଥିତି ସୃଷ୍ଟି, 600 କୋଠା ଅସୁରିକ୍ଷିତ - 600 କୋଠାକୁ ଅସୁରିକ୍ଷିତ ଘୋଷଣା

ଲଗାତାର ବର୍ଷାରେ ହାଇଦ୍ରାବାଦର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଆସନ୍ତା ତିନି ଦିନ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଦ୍ରାବାଦରେ 600 ରୁ ଅଧିକ କୋଠାକୁ ଅସୁରକ୍ଷିତ ଘୋଷିତ କରାଯାଇଛି ।

ହାଇଦ୍ରାବାଦରେ ପ୍ରବଳ ବର୍ଷା; ବନ୍ୟା ପରିସ୍ଥିତି ସୃଷ୍ଟି, 600 କୋଠାକୁ ଅସୁରିକ୍ଷିତ ଘୋଷଣା

author img

By

Published : Aug 16, 2020, 7:48 PM IST

ହାଇଦ୍ରାବାଦ: ଲଗାତାର ବର୍ଷାରେ ହାଇଦ୍ରାବାଦର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଆସନ୍ତା ତିନି ଦିନ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଦ୍ରାବାଦରେ 600 ରୁ ଅଧିକ କୋଠାକୁ ଅସୁରକ୍ଷିତ ଘୋଷିତ କରାଯାଇଛି ।

ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି । ନିକଟରେ ଜୟଶଙ୍କର ଭୁପାଲପାଲି ଜିଲ୍ଲାରେ କୁନ୍ଦନପାଲି ଗାଁର 12 ଜଣ କୃଷକଙ୍କୁ ହେଲିକପ୍ଟର ଯୋଗେ ଏନଡିଆରଏଫ ଉଦ୍ଧାର କରିଛନ୍ତି ।

ତେବେ ପରିସ୍ଥିତିକୁ ଦେଖି ହାଇଦ୍ରାବାଦରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ଚପର ମଧ୍ୟ ନିୟୋଜିତ ହୋଇଛନ୍ତି । ଏହାସହ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସକୁ ସତର୍କ କରାଯାଇଛି । ୱାରଙ୍ଗାଲ ଏବଂ କରିମନଗରରେ ଟ୍ୟାଙ୍କର ଓଭରବ୍ରିଜ୍ ହେତୁ ଜଳବନ୍ଦୀ ହେବାର ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହନୁମାକୋଣ୍ଡା ସହର ଏବଂ ଏହାର ଆଖପାଖ ଅଞ୍ଚଳ ହ୍ରଦରେ ପରିଣତ ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଜଳ ନିଷ୍କାସନ କରିବାରେ ବିଫଳ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରଗତି ଭବନରେ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରି ହାଇଦ୍ରାବାଦରେ ଦୁଇଟି ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ମନ୍ତ୍ରୀମାନଙ୍କୁ ମଧ୍ୟ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ୟା ପରିସ୍ଥିତି ପ୍ରାୟ 500 ଘର ଏବଂ ୱାରଙ୍ଗାଲ ଏବଂ ଭୁପାଲପାଲି ଜିଲ୍ଲାରେ ଜଳ ପ୍ରଭାବିତ ହୋଇଛି । 1000 ରୁ ଅଧିକ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ 13 ଜଣଙ୍କୁ ଏନଡିଆରଏଫ ଉଦ୍ଧାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.