ETV Bharat / bharat

ଘନ କୁହୁଡି ଯୋଗୁ ଟ୍ରକ-ଜିପ ମୁହାଁମୁହିଁ: 6 ମୃତ, 2 ଗୁରୁତର - six people killed in a accident in rajasthan

ଘନ କୁହୁଡି ଯୋଗୁ ରାଜସ୍ଥାନରେ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁୁ ହୋଇଥିବାବେଳେ ଅନ୍ୟ 2 ଗୁରୁତର । ପଢନ୍ତୁ ଅଧିକ....

ଘନ କୁହୁଡି ଯୋଗୁ ଟ୍ରକ-ଜିପ ମୁହାଁମୁହିଁ ,  ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ

author img

By

Published : Dec 7, 2020, 4:16 PM IST

ଜୟପୁର: ଘନ କୁହୁଡି ଯୋଗୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା 6 ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସରଦାରରେ । ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଥିବା ଜଣାପଡିଛି । ସେହିପରି ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି । ସରଦାର ସହରର ଭନିପୁରା ଥାନା ଦେଇ ଯାଇଥିବା ମେଗା ହାଇ-ଓ୍ବେରେ ଦୁର୍ଘଟଣାଟି ଘଟିଛି ।

ଘନ କୁହୁଡି ଯୋଗୁ ଟ୍ରକ-ଜିପ ମୁହାଁମୁହିଁ , ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ

ସୂଚନା ଅନୁସାରେ 8 ଜଣ ଲୋକ ଏକ ଜିପରେ ରାବତସରରୁ ଡୁଙ୍ଗରଗଡ ଏକ ଶୋକ ସଭାରେ ଯୋଗ ଦେବାକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଜିପଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 4 ମହିଳାଙ୍କ ସମେତ ମୋଟ 6 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଭନୀପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟ 2 ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉକ୍ତ ହାଇଓ୍ବେରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥିବାବେଳେ ପରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଗାଡି ଚଳାଚଳ ସ୍ବାଭାବିକ ହୋଇଥିବା ସୂଚନା ରହିଛି ।

ସମସ୍ତ ମୃତକମାନେ ସ୍ଥାନୀୟ ଭେରୁସରି ଗାଁର ହୋଇଥିବା ବେଳେ ମୃତକ ମାନଙ୍କ ମଧ୍ୟରେ ଏକ ଦମ୍ପତ୍ତି ଥିବା ମଧ୍ୟ ସୂଚନା ରହିଛି । ତେବେ କେବଳ ଆଜି ନୁହେଁ ଉକ୍ତ ଅଞ୍ଚଳରେ ଘନ କୁହୁଡି ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଯାତ୍ରୀଙ୍କର ପ୍ରାଣ ହାନୀ ଘଟୁଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.