ETV Bharat / bharat

ଭାସୁଛି ପଶ୍ଚିମ ଭାରତ; ଭଗବାନ ଆପଣ ନଥିଲେ...

ଏବେ ବି ଲୋକଙ୍କ ଭିତରେ ରହିଛି ସଂସ୍କାର ଓ ପରମ୍ପରା । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ବନ୍ୟାର ଉଦ୍ଧାରକାର୍ଯ୍ୟ ସମୟରେ ଜଣେ ମହିଳା ଦେବଦୂତ ସାଜି ଉଦ୍ଧାର କରୁଥିବା ଯବାନଙ୍କ ପାଦ ଛୁଇଁ ଧନ୍ୟବାଦ ଦେଇଛନ୍ତି । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

author img

By

Published : Aug 10, 2019, 9:53 PM IST

ଫଟୋ ସୌଜନ୍ୟ: ଟ୍ବିଟର@neeraj_rajput ·

ମୁମ୍ବାଇ: ବନ୍ୟାର କରାଳ ରୂପ । ଜଳ ପ୍ରଳୟରେ ଉବୁଟୁବୁ ମହାରାଷ୍ଟ୍ର । ପଶ୍ଚିମ ମହାରାଷ୍ଟ୍ର ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । ଏପଟେ ବନ୍ୟା ବିପନ୍ନଙ୍କ ଉଦ୍ଧାରକାର୍ଯ୍ୟରେ ଲାଗିପଡିଛନ୍ତି ତିନି ସେନା ସମେତ ଏନଡିଆରଏଫ ଟିମ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଭିଡିଓ । ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ ଏବଂ ଆଖିରେ ଲୁହ ଆସିଯିବ।

video viral  maharasthar flood  ଭାରତୀୟ ସଂସ୍କୃତି  ଭିଡିଓ
ଫଟୋ ସୌଜନ୍ୟ: ଟ୍ବିଟର@neeraj_rajput ·

ରେସ୍କ୍ୟୁ ଅପରେସନ ସମୟରେ ଜଣେ ମହିଳା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନଙ୍କ ପାଦ ଛୁଇଁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି ମହିଳା ଜଣଙ୍କ ଜଳ ପ୍ରଳୟରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ‘ଭଗବାନ ସଦୃଶ’ ଉଦ୍ଧାରକାରୀଙ୍କୁ କୃତଜ୍ଞତା ଜଣାଉଛନ୍ତି । ଏହା ଦେଶର ଯବାନଙ୍କ ପ୍ରତି ଭାରତୀୟଙ୍କ ଭଲପାଇବା ଏବଂ ପ୍ରେମକୁ ଦର୍ଶାଉଛି । ଏପରିକି ଯବାନଙ୍କ ପାଦ ଛୁଇଁ ମହିଳା ଜଣଙ୍କ ମୁଣ୍ଡିଆ ମାରିବା ମଧ୍ୟ ଏକ ପ୍ରକାର ପରମ୍ପରାର ଝଲକ । କାରଣ ଭାରତରେ ଜୀବନ ରକ୍ଷାକାରୀଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ । ଏହା ସହିତ ଜୀବନକୁ ବାଜି ଲଗାଇ ଜଳବନ୍ଦୀ ଅଞ୍ଚଳରୁ ବିପନ୍ନଙ୍କୁ ନିରନ୍ତର ଉଦ୍ଧାରରେ ଲାଗିଥିବା ଯବାନଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓକୁ ଟ୍ବିଟ କରିଛନ୍ତି ନିରଜ ରାଜପୁତ ନାମକ ଜଣେ ସାମ୍ବାଦିକ । ଏହି ଟ୍ବିଟକୁ ରି ଟ୍ବିଟ କରି ପ୍ରଂଶସା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.