ETV Bharat / bharat

କାନ୍ଦୁଛି ପୃଥିବୀ ହୃଦୟ, ବଢୁଛି ମୃତ୍ତିକା ଅବକ୍ଷୟ

author img

By

Published : Dec 5, 2019, 11:11 PM IST

ଭୂମି ଏକ ଏମିତି ତତ୍ତ୍ବ ଯାହା ବିନା ପୃଥିବୀ ସମ୍ଭବ ନୁହେଁ । କିନ୍ତୁ ସେ ମୃତ୍ତିକା ବର୍ତ୍ତମାନ ହେଉଛି ଅବକ୍ଷୟ । ମୃତ୍ତିକା ହରାଉଛି ଏହାର ଉତ୍ପାଦନ କ୍ଷମତା । କାରଣ ମୃତ୍ତିକା ଅବକ୍ଷୟ କିମ୍ବା ଚାରଣ । ପ୍ରତି ବର୍ଷ ଡିସେମ୍ବର 5କୁ ବିଶ୍ବ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । 2013 ମସିହାରୁ ମୃତ୍ତିକାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହାର ସ୍ଲୋଗାନ୍ ରହିଛି ‘ଅବକ୍ଷୟକୁ ରୋକିବା ଓ ମୃତ୍ତିକା ସୁରକ୍ଷା କରିବା’ ।

Heart of mother earth bleeds
ବଢୁଛି ମୃ୍ତ୍ତିକା ଅବକ୍ଷୟ

ହାଇଦ୍ରାବାଦ: ପାଞ୍ଚଟି ପ୍ରାକୃତିକ ଉତ୍ପାଦନ ଯଥା:- ଜଳ, ନିଆଁ, ପୃଥିବୀ, ବାୟୁ, ଆକାଶ ବିନା ମନୁଷ୍ୟ ବଞ୍ଚିରହିବା ଅସମ୍ଭବ । କାରଣ ଆମ ଶରୀର ଏହି ପାଞ୍ଚଟି ତତ୍ତ୍ବରେ ଗଠିତ । ଏହା ମନୁଷ୍ୟକୁ ଖାଦ୍ୟ, ଅମ୍ଲଜାନ, ଜଳ ଯୋଗାଏ । ମାନବ ଶରୀରର ତିନୋଟି ଅବିଚ୍ଛେଦ୍ୟ ଅଙ୍ଗ । ସେଥିମଧ୍ୟରୁ ମୃତ୍ତିକା ବା ଭୂମି ଅନ୍ୟତମ । ଭୂମି ଏକ ଏମିତି ତତ୍ତ୍ବ ଯାହା ବିନା ପୃଥିବୀ ସମ୍ଭବ ନୁହେଁ । କିନ୍ତୁ ସେ ମୃତ୍ତିକା ବର୍ତ୍ତମାନ ହେଉଛି ଅବକ୍ଷୟ । ମୃତ୍ତିକା ହରାଉଛି ଏହାର ଉତ୍ପାଦନ କ୍ଷମତା । କାରଣ ମୃତ୍ତିକା ଅବକ୍ଷୟ କିମ୍ବା ଚାରଣ ।

ପ୍ରତିବର୍ଷ ଡିସେମ୍ବର 5କୁ ବିଶ୍ବ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । 2013 ମସିହାରୁ ମୃତ୍ତିକାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହାର ସ୍ଲୋଗାନ୍ ରହିଛି ‘ଅବକ୍ଷୟକୁ ରୋକିବା ଓ ମୃତ୍ତିକା ସୁରକ୍ଷା କରିବା’ ।

ଆନ୍ତର୍ଜାତୀୟ ଖାଦ୍ୟ, ଶସ୍ୟ ସଂସ୍ଥାନର ନିର୍ଦ୍ଦେଶକ ମାରିଆ ସାଲିଆ ଆମେଡୋଙ୍କ ମତରେ ପ୍ରତ୍ୟେକ ଦେଶକୁ ମୃତ୍ତିକା ସଂରକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ । ଭୂମିର ଉତ୍ପାଦନ କ୍ଷମତା ବୃଦ୍ଧି ହେବା ବର୍ତ୍ତମାନ ନିତ୍ୟାନ୍ତ ଜରୁରୀ । ମୃତ୍ତିକ ସୁରକ୍ଷା ବର୍ତ୍ତମାନ ମନୁଷ୍ୟ ସୁରକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ । ଚାଷ କରି ଉତ୍ପାଦିତ ଜମିରେ ଫସଲ ଉତ୍ପାଦନ କରିବା ଦ୍ବାରା ଜମିର ଉର୍ବରତା ବଢିବା ସହ ଆମକୁ ମଧ୍ୟ ସୁରକ୍ଷିତ, ରସାୟନିକ ରହିତ ଖାଦ୍ୟ ଖାଇବାକୁ ମିଳିଥାଏ ।

ଆମେ 95 ପ୍ରତିଶତ ଖାଦ୍ୟଶସ୍ୟ ଓ 99.9 ପ୍ରତିଶତ ଜଳ ପୃଥିବୀ ପୃଷ୍ଠରୁ ପାଇଥାଉ । ମାଟିରେ କାର୍ବନର ପରିମାଣରୁ ସ୍ଥିର ରଖିବା, ପ୍ରଦୂଷଣ କମ୍ କରିବା, ଅରଗାନାଇଜ୍ କୃଷି, ଜଙ୍ଗଲ ବୃଦ୍ଧି କରିବା ଦ୍ବାରା ଆମେ ମୃତ୍ତିକା ସୁରକ୍ଷା କରିପାରିବା । ବିଶ୍ବର ଅନେକ ରାଷ୍ଟ୍ର, ଏପରିକି ଭାରତ ମଧ୍ୟ ମୃତ୍ତିକାର ଅବାନ୍ତର ବ୍ୟବହାର କରିଥାଏ । ରସାୟନିକ ପଦାର୍ଥ, କୀଟନାଶକ, ଆଦି ମୃତ୍ତିକା ସହ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ । ଏହା ଫଳରେ ମାଟିର ଉର୍ବରତା କମିଥାଏ । ସାମାନ୍ୟ ଝଡ-ବର୍ଷାରେ ମାଟିର ଉପର ଭାଗକୁ ସମ୍ପୂର୍ଣ୍ଣ ଧୋଇ ନେଇଥାଏ ।

ଜଳ ଓ ମୃତ୍ତିକା ସଂରକ୍ଷଣ ସଂସ୍ଥାଙ୍କ ମତରେ ପ୍ରାୟ 8.26 କୋଟି ହେକ୍ଟର ଜମି ଅବକ୍ଷୟ ହୋଇସାରିଲାଣି । ପ୍ରାୟ 8334 ଟନ୍ ଉର୍ବରମାଟି, 84 ଲକ୍ଷ ଟନ୍ ପୋଷଣ ତତ୍ତ୍ବ ଧୋଇ ହୋଇଗଲାଣି । ଖାଦ୍ୟ ଓ ଶସ୍ୟ ଉତ୍ପାଦନ ସଂସ୍ଥା(FAO) ମତରେ, 2050 ସୁଦ୍ଧା 90 ପ୍ରତିଶତ ମାଟି ଧୋଇହୋଇଯିବ । ସଂଯୁକ୍ତ ରାଷ୍ଟ୍ର ମତରେ ମୃତ୍ତିକା ଅବକ୍ଷୟ ହେଲେ ଖାଦ୍ୟ ସମସ୍ୟା ଉପୁଜିପାରେ । ଫଳରେ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପକାଇବ ।

ସବୁଜ କ୍ରାନ୍ତିର ଜନକ ସ୍ବାମୀନାଥନଙ୍କ ମତରେ, ମୃତ୍ତିକାର ଉର୍ବରତା କମିବା ଦ୍ବାରା ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟ ଫରକ ଆସିବ ଓ ନିମ୍ନ ଗୁଣବତ୍ତାର ଖାଦ୍ୟଶସ୍ୟ ଉତ୍ପାଦନ ହେବ । ଏହାକୁ ଲୋକେ ଗ୍ରହଣ କରି ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହେବେ ।

ମାଟିର ଗୋଟେ ପରସ୍ତ ହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ । ବିଶ୍ବରେ ବର୍ତ୍ତମାନ 33 ପ୍ରତିଶତ ମୃତ୍ତିକା ଅବକ୍ଷୟ ହୋଇସାରିଲାଣି । କେବଳ ଶସ୍ୟ କ୍ଷେତ୍ରରେ ନୁହେଁ ବରଂ ରାସ୍ତା ନିର୍ମାଣ, ପବ୍ଲିକ୍ ଟ୍ରାନ୍ସପୋର୍ଟ ଆଦି ମଧ୍ୟ କମିଯିବ । ଭାରତରେ ମୁଖ୍ୟତଃ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ, ବିହାର, ଝାଡଖଣ୍ଡ ଓ ଓଡିଶାରେ ମୃ୍ତ୍ତିକା ଅବକ୍ଷୟ ଅଧିକ ହୋଇଥାଏ । ତେଣୁ ଏହାକୁ ରୋକିବା ପାଇଁ ସରକାରୀ ପଦକ୍ଷେପ ସମେତ ନିଜେ ମଧ୍ୟ ସେଚତନ ହେବା ଜରୁରୀ । ଘାସ ଗାଲିଚା ସହ ଜଙ୍ଗଲ ସୃଷ୍ଟି କରିବା ବର୍ତ୍ତମାନ ଜରୁରୀ ହୋଇପଡିଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.