ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି - Rajasthan High Court

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ । ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ସକାଳ 10ଟାରେ ହାଇକୋର୍ଟରେ ହେବ ଶୁଣାଣି ।

ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି

author img

By

Published : Jul 20, 2020, 7:28 AM IST

ଜୟପୁର: ରାଜସ୍ଥାନ କ୍ଷମତା ରାଜନୀତିରେ ଆଜି ଆସିପାରେ ଟ୍ବିଷ୍ଟ୍‌ । ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ସକାଳ 10ଟାରେ ହାଇକୋର୍ଟରେ ହେବ ଶୁଣାଣି । ଯାହା କିଛି ଦିନ ଧରି ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ଭିନ୍ନ ଏକ ଦିଗକୁ ନେବ ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ । ସଚିନଙ୍କ ସମେତ 19 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇଥିବାବେଳେ ତାହାର ଆଜି ଶୁଣାଣି ରହିଛି ।

ଗୁରୁବାର ଓ ଶୁକ୍ରବାର ଦୁଇଦିନ ସଚିନ ପାଇଲଟଙ୍କ ପକ୍ଷରୁ ଦୁଇ ଆଇନଜୀବୀ ହରିଶ ସାଲଭେ ଓ ମୁକୁଲ ରୋହତଗୀ ନିଜର ପକ୍ଷ ରଖିସାରିଛନ୍ତି । ତେବେ ଆଜି ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସାଙ୍ଘଭୀ ନିଜର ପକ୍ଷ ରଖିବେ ।

ଅନ୍ୟପଟେ ମୁଖ୍ୟସଚେତକ ମହେଶ ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜର ପକ୍ଷ ରଖିସାରିଛନ୍ତି । ଯାହାକୁ ଆଜି ରେକର୍ଡ ଆକାରରେ ଦାଖଲ କରାଯିବ । ସେ ଏହି ମାମଲାକୁ ଖାରଜ କରିବାକୁ ଆବେଦନ କରିଛନ୍ତି ।

ତେବେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ଦେଇଥିବା ଯାଚିକାରେ ତାଙ୍କର ମତବ୍ୟକ୍ତ କରିବାର ସ୍ବାଧୀନତା ବିରୋଧରେ ଏହା କରାଯାଇଥିବା ଦର୍ଶାଯାଇଥିବାବେଳେ ବାଚସ୍ପତିଙ୍କ ପକ୍ଷରୁ କେବଳ ନୋଟିସ ଦିଆଯାଇଛି ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି କୁହାଯାଇଛି ।

ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିବାବେଳେ ବାଚସ୍ପତିଙ୍କ ନୋଟିସ ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ଜୁଲାଇ 21 ତାରିଖ ସନ୍ଧ୍ୟା 5.30 ପର୍ଯ୍ୟନ୍ତ ହାଇକୋର୍ଟ ସ୍ଥଗିତ ରଖିଥିଲେ ।

ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ଭିତରେ ବିଧାୟକ ଦଳ ବୈଠକକୁ ସଚିନଙ୍କ ସମେତ 19 ବିଧାୟକ ଆସିନଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ନୋଟିସ ପଠାଇଥିଲେ । ଯାହାକୁ ନେଇ ହାଇକୋର୍ଟ ଯାଇଥିଲେ ସଚିନ ।

ସେପଟେ ଏସବୁ ଭିତରେ ରାଜ୍ୟରେ ଖୁବଶୀଘ୍ର ବିଧାନସଭା ଅଧିବେଶନ ବସିବାକୁ ଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜ ସମର୍ଥନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି କୁହାଯାଉଛି । ଅନ୍ୟପଟେ ରାଜସ୍ଥାନରେ ଘୋଡାବେପାରକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଘୋଡାବେପାରକୁ ନେଇ ଏକ ଭାଇରାଲ ଅଡିଓକୁ ଆଧାର କରି କଂଗ୍ରେସ ବିଜେପିକୁ ଦାୟୀ କରିବା ସହ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଛି ।

ଏହାର ପ୍ରତିଜବାବରେ ଫୋନ ଟ୍ୟାପିଂର ଅଭିଯୋଗ ବିଜେପି ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛି । ତେବେ ଏସବୁ ଭିତରେ ଏସଓଜି ଘୋଡାବେପାର ମାମଲାରେ ଜଣଙ୍କୁ ଗିରଫ କରିବା ଓ ଫୋନ ଟ୍ୟାପିଂକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜବାବ ମାଗିବା ଖବରକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି ।

ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.