ବହଳ ବହଳ ମେକଅପ୍ ଦ୍ବାରା ଆପଣ ତ୍ବଚାକୁ ଘୋଡାଇ ରଖିବା ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । କୋମଳ ଓ ଚମକୁଥିବା ତ୍ବଚା ପାଇଁ ଅତ୍ୟଧିକ ମେକଅପ୍ ଓ ପ୍ରସାଧନ ଜରୁରୀ ନୁହେଁ । ଏହାଦ୍ବାରା ତ୍ବଚାର କ୍ଷତି ହେବାର ବି ଆଶଙ୍କା ରହିଛି । ପ୍ରାକୃତିକ ଉପାୟରେ ବି ଆପଣଙ୍କ ତ୍ବଚା ଚମକିପାରିବ । ସରଳ ଯୋଗାସନ ଦ୍ବାରା ଦୀପ୍ତିମାନ ତ୍ବଚା ଆପଣ ପାଇପାରିବେ । ଯୋଗ ପ୍ରଶିକ୍ଷକ ତଥା ବିମଳ ଯୋଗର ପ୍ରତିଷ୍ଠାତା ରିଙ୍କି ଆର୍ଯ୍ୟା ଏଥିପାଇଁ କିଛି ସରଳ ଯୋଗାସନର ସୁପାରିଶ କରିଛନ୍ତି ।
( କେବଳ ପେଷାଦାରାଙ୍କ ତତ୍ବାବଧାନରେ ହିଁ ନିମ୍ନଲିଖିତ ଆସନ କରନ୍ତୁ ..)
୧.ପଶ୍ଚିମୋତୋନାସନ
ଏହି ଆସନ କଲେ ମୁହଁକୁ ରକ୍ତ ପ୍ରବାହ ହୋଇଥାଏ । ଏହା ଆପଣଙ୍କ ତ୍ବଚା କୋଷିକାକୁ ଅମ୍ଳଜାନ ଯୋଗାଇବା ସହ ଉପଯୋଗୀ ପୋଷଣ ଯୋଗାଣରେ ବି ସହାୟକ ହୋଇଥାଏ , ଯାହା କି ମୁକ୍ତ କଣ
ଦ୍ବାରା ହୋଇଥିବା କ୍ଷତି ଦୂର କରେ ।
କେମିତି କରିବେ ଆସନ ?
. ଚଟାଣରେ ଗୋଡ ସିଧା ଲମ୍ବାଇ ବସିଯାଆନ୍ତୁ । ମେରୁଦଣ୍ଡକୁ ଢିଲା ଛାଡିଦିଅନ୍ତୁ ।
. ନିଶ୍ବାସ ନେଇ ହାତ ଉପରକୁ ଉଠାନ୍ତୁ । ପାଦର ଅଙ୍ଗୁଳି ଗୁଡିକୁ ଧରିବା ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ ଅଧିକ ବଳ ପ୍ରୟୋଗ କରି ଏହା କରନ୍ତୁ ନାହିଁ ।
. ନିଶ୍ବାସ ଛାଡି ଆଗକୁ ନୁଅଁନ୍ତୁ । ଏପରି ଦୁଇ ତିନି ଥର ପୁନରାବୃତ୍ତି କରନ୍ତୁ ।
. ଆଗକୁ ନଇଁବା ସହ ଏହି ସ୍ଥିତିରେ ୨୦-୩୦ ସେକେଣ୍ଡ ରହନ୍ତୁ । ଏହି ସମୟରେ ଗଭୀର ଭାବେ ନିଶ୍ବାସ ପ୍ରଶ୍ବାସ ନିଅନ୍ତୁ ଏବଂ ସ୍ବଭାବିକ ସ୍ଥିତିକୁ ଫେରିଆସନ୍ତୁ ।
୨.ଚକ୍ରାସନ
ଏହି ଆସନ ଦ୍ବାରା ଚାପ ହ୍ରାସ ହୁଏ ଏବଂ ଅଧିକ ଅକ୍ସିଜେନ୍ ନେବା ପାଇଁ ଫୁସଫୁସର ସାମର୍ଥ୍ୟ ବଢେ । ଏହି ଆସନ କରିବା ଦ୍ବାରା ଶରୀରରେ ହରମୋନ ସନ୍ତୁଳିତ ହୁଏ । ଯାହାଫଳରେ ବ୍ରଣ ଦୂର
ହୋଇଥାଏ ।
କେମିତି କରିବେ ଆସନ ?
. ପ୍ରଥମେ ପିଠି ସିଧା କରି ଚଟାଣରେ ଶୋଇଯାଆନ୍ତୁ । ଆଣ୍ଠୁକୁ ଏମିତି ବଙ୍କା କରନ୍ତୁ , ଯାହା ଫଳରେ ଆପଣଙ୍କ ପାଦ ସାମାନ୍ୟ ବ୍ୟବଧାନର ସହ ଚଟାଣରେ ସମତଳ ଭାବେ ରହିବ । ( ଅଣ୍ଟା ସହ
ସମାନ୍ତରାଳ ଭାବେ )
. ଆପଣଙ୍କ ହାତକୁ କାନ୍ଧଠାରୁ ଉପରେ ଏମିତି ରଖନ୍ତୁ ଯେ, ଯେମିତି ଅଙ୍ଗୁଳିଗୁଡିକ ଆପଣଙ୍କ କାନ୍ଧକୁ ମୁହାଁଉ ଥିବା ଅବସ୍ଥାରେ ରହିବ ।
. ହାତ ପାପୁଲି ଓ ପାଦରେ ଆପଣଙ୍କ ଶରୀରର ଭାରସାମ୍ୟ ରଖି ଶରୀରର ଉପର ଭାଗକୁ ସଂପ୍ରସାରଣ କରନ୍ତୁ । ପରେ ଶରୀରର ନିମ୍ନ ଭାଗକୁ ମ୍ୟାଟ୍ ଉପରୁ ଉଠାନ୍ତୁ ।
.ମୁଣ୍ଡକୁ ହଲିବାକୁ ଦିଅନ୍ତୁ । କିନ୍ତୁ ବେକରେ ଯେମିତି ଯନ୍ତ୍ରଣା ନ ହେବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
. ୫ରୁ ୧୦ ଗଣିବା ମଧ୍ୟରେ ଏମିତି ସ୍ଥିତିରେ ରହନ୍ତୁ । ଧୀରେ ଧୀରେ ସ୍ବଭାବିକ ସ୍ଥିତିକୁ ଫେରିଆସନ୍ତୁ ।
୩ .ସର୍ବାଙ୍ଗାସନ
ତ୍ବଚାର କୋମଳତା ଓ ଚମକ ପାଇଁ ଏହି ଆସନକୁ ସବୁଠାରୁ ପ୍ରଭାବଶାଳି ବିବେଚିତ ହୁଏ । ଏହି ଆସନ ଦ୍ବାରା ଆପଣଙ୍କ ମୁହଁଙ୍କୁ ରକ୍ତ ସଂଚାଳନ ଭଲ ହୋଇଥାଏ । ଦିନକୁ ଏହି ଆସନ ୩ରୁ ୫ ଥର
କଲେ ଆପଣଙ୍କର ତ୍ବଚାରେ ବ୍ରଣ, ବୟସରେଖା ରହିବ ଆଦି ରହିବ ନାହିଁ ।
କେମିତି କରିବେ ଆସନ ?
. ଦୁଇ ହାତ ଦୁଇ ପାଶ୍ୱର୍ରେ ରଖି ରଖି ଶୋଇପଡନ୍ତୁ ।
. ଗୋଟିଏ ମୁଭମେଣ୍ଟରେ ଗୋଡ, ଅଣ୍ଟା ଓ ପିଠି ଉପରକୁ ଉଠାନ୍ତୁ । କାନ୍ଧରେ ଶରୀରର ଭାରସାମ ରଖନ୍ତୁ ।
. ସପୋର୍ଟ ପାଇଁ ପିଠିକୁ ହାତରେ ଧରି ରଖନ୍ତୁ ଓ କହୁଣୀକୁ ନିକଟକୁ ଆଣନ୍ତୁ ।
. ଦୁଇ ଗୋଡକୁ ସିଧା ଓ ଏକାଠି ରଖନ୍ତୁ । ପାଦ ସିଲିଂ ଆଡକୁ ମୁହେଁଇ ରହିବ ।
. ୩୦ରୁ ୬୦ ସେକେଣ୍ଡ ଧରି ଏହି ସ୍ଥିତିରେ ରହନ୍ତୁ । .ଧୀରେ ସୁସ୍ଥେ ପାପୁଲିକୁ ଚଟାଣରେ ରଖି ଆଂଠୁକୁ ତଳକୁ କରନ୍ତୁ । ପରେ ପିଠି, ଅଂଟା ଓ ଗୋଡ ତଳକୁ ଆଣନ୍ତୁ ।
୪.ହଳାସନ
ଅବସାଦ ହ୍ରାସ କରିବା, ମନକୁ ଶାନ୍ତ ରଖିବା ଓ ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ହଳାସନ ସହାୟକ ହୋଇଥାଏ । ଏସବୁ ଶାରୀରିକ ଓ ମାନସିକ ଅବସ୍ଥାର ପ୍ରଭାବ ତ୍ୱଚାରେ ବି ପଡିଥାଏ ।
ଆଉ ଏଗୁଡିକ ଭଲ ହେଲେ ତ୍ୱଚାରେ ବି ପରିବର୍ତନ ଆସେ । ଦୀପ୍ତିମୟ ହୋଇ ଉଠେ ଆପଣଙ୍କ ତ୍ବଚା ।
କେମିତି କରିବେ ଆସନ ?
. ସର୍ବାଙ୍ଗାସାନ ପରେ ଏହି ଆସନ କରାଯାଏ । ସର୍ବାଙ୍ଗାସାନ ପରେ ସ୍ୱାଭାବିକ ସ୍ଥିତିକୁ ଫେରିବା ବଦଳରେ ଆପଣ ଦୁଇ ଗୋଡକୁ ଧୀରେ ଧୀରେ ମୁଣ୍ଡ ଉପରକୁ ଉଠାନ୍ତୁ । ମୁଣ୍ଡ ଏମିତି ଉଠାନ୍ତୁ ଯେ,
ଅଂଟା ଯେମିତି ସିଲିଂଆଡକୁ ମୁହଁ କରି ରହିବ ।
. ସପୋର୍ଟ ପାଇଁ ଆପଣ ହାତ ବା ପିଠିକୁ ରଖିପାରିବା ବା ସେଗୁଡିକୁ ଚଟାଣରେ ବି ରଖିପାରିବେ ।
. ଆପଣଙ୍କ ଇଚ୍ଛାନୁସାରେ ସମୟ ନେଇ ଏହି ପୋଜ୍ରେ ରହନ୍ତୁ ।ଧୀରେ ଧୀରେ ଗୋଡକୁ ସିଧା କରିବା ସହ ପାପୁଲିକୁ ଚଟାଣରେ ରଖନ୍ତୁ । ପରେ ପିଠି, ଅଂଟା ଓ ଗୋଡକୁ ମଧ୍ୟ ତଳକୁ ଆଣି ସ୍ୱାଭାବିକ
ସ୍ଥିତିକୁ ଆସନ୍ତୁ ।
ଉପରୋକ୍ତ ୪ଟି ଆସନ କରିବା ଦ୍ବାରା ପ୍ରାକୃତିକ ଉପାୟର ଆପଣଙ୍କ ତ୍ୱଚାର କୋମଳତା ବଜାୟ ରହିବ । କୌଣସି କେମିକାଲ ଯୁକ୍ତ ଉତ୍ପାଦ କରିପାରିବ ନାହିଁ । ତେଣୁ ଯୋଗ କରି ତ୍ୱଚାର ଚମକ ବଜାୟ ରଖନ୍ତୁ ।