ETV Bharat / bharat

ଅବସାଦକୁ କମାଇବାରେ ସାହାଯ୍ୟ କରେ ଚୁଟିରେ ଥିବା ହରମୋନ - କୋର୍ଟିସଲ ପରୀକ୍ଷା

ଅତି କମ ବୟସରୁ ମାନସିକ ଚିନ୍ତା ଓ ଅବସାଦରେ ରହିଥାନ୍ତି ଅନେକ । ଭୟରେ ଅବସାଦଗ୍ରସ୍ତ ବ୍ୟକ୍ତି ନିଜର ସମସ୍ୟା ସମ୍ପର୍କରେ କାହାକୁ ଜଣାଇ ପାରନ୍ତିନାହିଁ । ଏହି ଅବସାଦର କାରଣ ଚୁଟିରେ ଥିବା ହରମୋନ କୋର୍ଟିସଲ । ହରମୋନର ମାତ୍ରା ହିଁ ଅବସାଦର ମାତ୍ରାକୁ ନିର୍ଦ୍ଧାରିତ କରିଥାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 29, 2019, 2:06 PM IST

ହାଇଦ୍ରାବାଦ: ଚୁଟିରେ ଥିବା ହରମୋନର ମାତ୍ରା ମାନସିକ ଚିନ୍ତା ଓ ଅବସାଦକୁ ସ୍ଥିର କରିଥାଏ । ନିକଟରେ କିଛି ଗବେଷକ ଚୁଟିରେ ଥିବା ହରମୋନ କୋର୍ଟିସଲ ଓ ଅବସାଦର ଲକ୍ଷଣ ମଧ୍ୟରେ ଆଶ୍ଚର୍ଯ୍ୟଜନକ ସମ୍ବନ୍ଧ ଦେଖିବାକୁ ପାଇଥିଲେ । ଅଧିକ କୋର୍ଟିସଲର ମାତ୍ରା ଅବସାଦର ଅନୁରୂପ ଥିବା ସହ କମ୍ କୋର୍ଟିସଲର ମାତ୍ରା ମଧ୍ୟ ମାନସିକ ସ୍ବାସ୍ଥ୍ୟ ସହ ଜଡିତ । ଅନେକ ଗବେଷକ କୋର୍ଟିସଲକୁ ମାନସିକ ଅବସାଦର ପରୀକ୍ଷା କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଏହି ହରମୋନ ଅବସାଦର ସୂଚକ ।

ଶିଶୁ ଓ କଲେଜ ପିଲାଙ୍କ ମଧ୍ୟରେ ଅବସାଦ ଓ ଚିନ୍ତାକୁ ପରୀକ୍ଷା କରିବା ପାଇଁ ବାୟୋମାର୍କର ପରୀକ୍ଷା ଆବଶ୍ୟକ । ଏହି ପରୀକ୍ଷା ଦ୍ବାରା ଭବିଷ୍ୟତର ଅନେକ ପ୍ରଶ୍ନର ଉତ୍ତର ମିଳିବା ସହ କୋର୍ଟିସଲ ଓ ଅବସାଦ ମଧ୍ୟରେ ସମ୍ପର୍କ ବୁଝିବା ସହଜ ହେବ । ଅଧିକ ହରମୋନ ଖରାପ ନା କମ୍ ହରମୋନ, ତାହା ଜାଣିବା ଜରୁରୀ । କେତେକ ଏହି ହରମୋନକୁ କମ କିମ୍ବା ପରିବର୍ତ୍ତନ କରିଥାନ୍ତି । ତେବେ ଶରୀରରେ କୋର୍ଟିସଲର ବ୍ୟବହାର ସେତିକି ମାତ୍ରାରେ ହେଉନାହିଁ ଯେତିକି ହେବା ଆବଶ୍ୟକ ।

ଅନ୍ୟପକ୍ଷେ ନାବାଳକଙ୍କ ମଧ୍ୟରେ ଦେଖାଯାଉଥିବା ଅବସାଦ କେତେକ ମାତ୍ରାରେ କମ ହୋଇଥିବା ଯେତେବେଳେ ସେମାନେ ପରିବାରରେ ସ୍ବଚ୍ଛ ବାତାବରଣ ପାଇଥାନ୍ତି । ତେବେ ହରମୋନ ଓ ଅବସାଦ ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ Ohio stateର ଗବେଷକ 432 ଜଣ 11-17 ବର୍ଷର ନାବାଳକଙ୍କୁ ନେଇ ପରୀକ୍ଷା କରିଥିଲେ । ସମାଜର ବିଭିନ୍ନ କାରକ କିପରି ମାନସିକତା ଉପରେ ପ୍ରଭାବ ପକାଉଛି, ସେନେଇ ପରୀକ୍ଷା କରାଯାଇଥିଲା । ଅବସାଦ ବିଷୟରେ ଜାଣିବା ପାଇଁ 9ଟି ପ୍ରଶ୍ନ ପ୍ରସ୍ତୁତ କରାଗଲା ଓ ସେମାନଙ୍କୁ ରେଟିଂ ଦେବା ପାଇଁ କୁହାଗଲା । ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲେ କି କେତେଜଣ ଅନ୍ୟ ଲୋକଙ୍କ ସହ ମିଶିବା ପସନ୍ଦ କରନ୍ତି ଓ କେତେ ଜଣ ନିଜକୁ ବିଫଳ ବୋଲି ଭାବୁଛନ୍ତି ।

ଏହାପରେ ପ୍ରତ୍ୟେକଙ୍କ 3ସେଣ୍ଟିମିଟର ଚୁଟିରେ ଥିବା ହରମୋନକୁ ପରୀକ୍ଷା କଲେ । ରିସର୍ଚ୍ଚ ପରେ ଉଭୟ ଅଧିକ ଓ କମ୍ ହରମୋନ ଅବସାଦର କାରଣ ବୋଲି ଜଣାପଡିଥିଲା ତେଣୁ ଯେତିକି ଶରୀର ପାଇଁ ଜରୁରୀ ସେତିକି ହରମୋନ ରହିବା ଆବଶ୍ୟକ । ରିସର୍ଚ୍ଚରୁ 8-9 ଜଣଙ୍କ ମଧ୍ୟରେ ଗଭୀର ଅବସାଦ ଦେଖିବାକୁ ମିଳିଥିଲା । ଗତ କିଛି ବର୍ଷ ହେବ ଅବସାଦର ମାତ୍ରା ବଢିଥିବାର ଦେଖିବାକୁ ମିଳିଛି ଓ ନାବାଳକଙ୍କ ମଧ୍ୟରେ ଅନେକ ଆତ୍ମହତ୍ୟା ମଧ୍ୟ କରିଥିବାର ଉଦାହରଣ ରହିଛି ।

ଶିଶୁ ଓ ନାବାଳକ ନିଜ ସମସ୍ୟା, ଲକ୍ଷଣକୁ ଅଭିଭାବକଙ୍କୁ କହିବାକୁ ଅସମର୍ଥ ହୋଇଥାନ୍ତି। ଯଦି କମ ବୟସରୁ କିଛି ବି ଭୁଲ କାରଣରୁ ସେମାନେ ଅବସାଦରେ ରୁହନ୍ତି ଓ ଏହା ଗଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । କୋର୍ଟିସଲ ପରୀକ୍ଷା କେବଳ ଅବସାଦର ଚିହ୍ନଟ କରିପାରିବ, ଏହାର ନିରାକରଣ ପାଇଁ ଡାକ୍ତରଙ୍କ ସହ ପରାମର୍ଶ ଆବଶ୍ୟକ । କାରଣ ଯଦି ଆମେ କାରଣ ଜାଣିପାରିବା ତ' ନିରାକରଣ ମଧ୍ୟ ଖୋଜିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

hgfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.