ETV Bharat / bharat

ସ୍ବାସ୍ଥ୍ୟକର ଆହାର

ଭୌଗୋଳିକ ପରିସୀମୀ ନିର୍ବିଶେଷରେ ପୃଥିବୀର ଯେ କୌଣସି ସ୍ଥାନରେ ଖାଦ୍ୟ ଓ ସ୍ବାସ୍ଥ୍ୟ, ଦୁଇଟି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ଭାବେ ସ୍ଥାନ ପାଇଛି । ସଂପ୍ରତି ଦେଶରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଚାଉଳ,ଡାଲିଜାତୀୟ ଶସ୍ୟ, ପନିପରିବା ଏବଂ ଅନ୍ୟ ଫସଲରେ 27ଟି ବିଷାକ୍ତ ରାସାୟନିକ କୀଟନାଶକର ପ୍ରୟୋଗ ଉପରେ ନିଷେଧାଦେଶ ଜାରି କରି ମୋଦି ସରକାର ଏକ ଚିଠା ବିଧେୟକ ଜାରି କରିଛନ୍ତି ।

ସ୍ବାସ୍ଥ୍ୟକର ଆହାର
ସ୍ବାସ୍ଥ୍ୟକର ଆହାର
author img

By

Published : May 26, 2020, 4:36 PM IST

ଭୌଗୋଳିକ ପରିସୀମୀ ନିର୍ବିଶେଷରେ ପୃଥିବୀର ଯେ କୌଣସି ସ୍ଥାନରେ ଖାଦ୍ୟ ଓ ସ୍ବାସ୍ଥ୍ୟ, ଦୁଇଟି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ଭାବେ ସ୍ଥାନ ପାଇଛି । ସଂପ୍ରତି ଦେଶରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଚାଉଳ,ଡାଲିଜାତୀୟ ଶସ୍ୟ, ପନିପରିବା ଏବଂ ଅନ୍ୟ ଫସଲରେ 27ଟି ବିଷାକ୍ତ ରାସାୟନିକ କୀଟନାଶକର ପ୍ରୟୋଗ ଉପରେ ନିଷେଧାଦେଶ ଜାରି କରି ମୋଦି ସରକାର ଏକ ଚିଠା ବିଧେୟକ ଜାରି କରିଛନ୍ତି । ଏହି ବିଧେୟକ ଉପରେ ଆପତ୍ତି ଦାଖଲ କରିବା ଲାଗି 45 ଦିନର ସମୟସୀମା ଧାର୍ଯ୍ୟ କରିଥିବା କେନ୍ଦ୍ର ସରକାର ଜୁଲାଇରେ ଏହାର ସମୀକ୍ଷା କରିବେ ଏବଂ ଚୂଡ଼ାନ୍ତ ନିର୍ଦ୍ଦେଶ ଜାରି କରିବେ । ଏହି ତାଲିକାଭୁକ୍ତ କୀଟନାଶକଗୁଡ଼ିକର ପ୍ରୟୋଗ ଉପରେ ବହୁ ଦେଶ ପୂର୍ବରୁ ନିଷେଧାଦେଶ ଜାରି କରିସାରିଛନ୍ତି । ମହୁମାଛି ଏବଂ ପକ୍ଷୀଙ୍କ ପ୍ରତି ହାନିକାରକ କାର୍ବୋଫୁରାନ୍‌କୁ 63ଟି ଦେଶ ନିଷେଧ କରିସାରିଛନ୍ତି । ସେହିପରି ଡାଇକ୍ଲୋଫେନାକ୍‌, 35-ମେଥୋମାଇଲ; 32- ଆସେଫେଟ୍‌କୁ 45ଟି ଦେଶ ଏବଂ ଏହା ସହିତ କୁଇନାଲ୍‌ଫସ୍‌ ପ୍ରୟୋଗକୁ 30ଟି ଦେଶ ନିଷେଧ କରିଛନ୍ତି ।

ଫଳ, ପରିବା ଏବଂ ବିଭିନ୍ନ ଅନ୍ୟ ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ମନଇଚ୍ଛା ସିଞ୍ଚନ କରୁଥିବା କୀଟନାଶକର ଅବଶେଷ ସିଧାସଳଖ ମଣିଷଙ୍କ ଶରୀର ଭିତରେ ପ୍ରବେଶ କରୁଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଖାଦ୍ୟ ସାମଗ୍ରୀ ଉପରେ ବିଷାକ୍ତ ଔଷଧ ପ୍ରୟୋଗ ଫଳରେ ବିଭିନ୍ନ ଦୁରାରୋଗ୍ୟ ରୋଗ ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ଦୀର୍ଘ ଦିନ ହେଲା ଚେତାବନୀ ଦେଇଆସୁଛନ୍ତି ।

ଉଦ୍‌ବେଗର କଥା ଯେ ଏହି ସବୁ ରାସାୟନିକ ଦ୍ରବ୍ୟର ଅବଶେଷ ଯୋଗୁଁ କ୍ୟାନ୍‌ସର ଏବଂ ହର୍‌ମୋନରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ । ବିଭିନ୍ନ ଦେଶରେ ବ୍ୟବହୃତ ସଂକ୍ରମଣ ନିରୋଧୀ ତତ୍ତ୍ବ ଯୋଗୁଁ ବର୍ଷକୁ ପ୍ରାୟ ଦୁଇ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ବୋଲି କିଛି ଦିନ ତଳେ ମିଳିତ ଜାତିସଂଘ ଘୋଷଣା କରିଥିଲା । ସରକାରୀ କର୍ତ୍ତୃପକ୍ଷଙ୍କୁ ପ୍ରଲୋଭିତ କରି ଏହି କମ୍ପାନିଗୁଡ଼ିକ ବର୍ଷ ବର୍ଷ ଧରି କାରବାର ଚଳାଇ ଆସୁଥିଲେ । ଅତୀତର ଏହି ତିକ୍ତତାକୁ ଅପସାରଣ କରିବା ଦିଗରେ କେନ୍ଦ୍ରର ସଂକଳ୍ପ ନିଶ୍ଚିତ ସ୍ବାଗତଯୋଗ୍ୟ । ଯେହେତୁ ବିଭିନ୍ନ ରାଜ୍ୟ ଏହି କଟକଣାକୁ ଲାଗୁ କରିବେ, ତେଣୁ କେନ୍ଦ୍ର ସରକାର ସେମାନଙ୍କ ପରାମର୍ଶରେ ଏବଂ ସମର୍ଥନରେ ଆଗେଇବା ଦରକାର । ବହୁ ପରିମାଣରେ ପରିବା ଚାଷ ହେଉଥିବା ଝାଡ଼ଖଣ୍ଡର ରାଞ୍ଚି ନିକଟ ଏକ ସ୍ଥାନରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି କୀଟନାଶକଗୁଡ଼ିକର ମନଇଚ୍ଛା ପ୍ରୟୋଗ ବିଷୟ ପଦାକୁ ଆସିଥିଲା । ବିଷାକ୍ତ କୀଟନାଶକଗୁଡ଼ିକର ବିଷାକ୍ତତା ଏବଂ ମଣିଷ ଜୀବନ ପ୍ରତି ବିପଦ ସଂପର୍କରେ ଅଜ୍ଞତା କାରଣରୁ ଏହାକୁ ଆଖିବୁଜା ସିଞ୍ଚନ କରିଥିବା କେନ୍ଦ୍ରୀୟ ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ 60ରୁ ଅଧିକ ଚାଷୀ ପ୍ରାଣ ହରାଇଛନ୍ତି ।

କେରଳରେ ଏଣ୍ଡୋସଲ୍‌ଫାନର ମନଇଚ୍ଛା ପ୍ରୟୋଗ ଯୋଗୁଁ ଜୈବ ବିବିଧତା ପ୍ରଭାବିତ ହୋଇଛି ଏବଂ ରାଜ୍ୟରେ ମାଛ, ବେଙ୍ଗ, ସାପ ଏବଂ ବାଦୁଡ଼ିରୁ ଆରମ୍ଭ କରି ବହୁ ବନ୍ୟପ୍ରାଣୀ ମୃତ୍ୟୁମୁଖରେ ପଡ଼ିଛନ୍ତି । ଏହି ଭୟଙ୍କର ସ୍ଥିତିକୁ ଭୁଲି ହେବନାହିଁ । ଏହା ପରେ ମଧ୍ୟ ଅନେକ ରାଜ୍ୟରେ ଏଣ୍ଡୋସଲ୍‌ଫାନ୍‌ର ପ୍ରୟୋଗ ବାସ୍ତବରେ ଚିନ୍ତାଜନକ ଏବଂ ଉଦ୍‌ବେଗର କାରଣ ହୋଇଛି । ମନୋକ୍ରୋଟୋଫସ୍‌ ଏବଂ ଅକ୍‌ସିଫ୍ଲୋର୍‌ଫେନ୍‌ ଭଳି କୀଟନାଶକ ଗଚ୍ଛିତ ରଖିବା ଏବଂ ପରିବହନ କରିବା ଉପରେ କଟକଣା ଜାରି ପର୍ଯ୍ୟାପ୍ତ ନୁହେଁ । ବରଂ ଏହାର ପ୍ରସ୍ତୁତିକୁ ବନ୍ଦ କରିବା ନିହାତି ଆବଶ୍ୟକ । କେବଳ 27ଟି ସଂକ୍ରମଣ ନିରୋଧି ଦ୍ରବ୍ୟ ଉପରେ ନିଷେଧାଦେଶ ଯଥେଷ୍ଟ ନୁହେଁ ।ବିଶେଷଜ୍ଞମାନେ ଏଥିପାଇଁ ଚିନ୍ତିତ ଯେ ଆମ ଦେଶରେ ଏବେ ବି ବ୍ୟବହୃତ ଶତାଧିକ କୀଟନାଶକ ଉପରେ ବିଦେଶରେକଟକଣା ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ଏକ କୀଟନାଶକକୁ ଫସଲ ଉପରେ ଛିଞ୍ଚି ଦେଇ କେତେ ଦିନ ଅପେକ୍ଷା କରିବା ପରେ ଅମଳ କରାଯିବ, ସେ ସଂପର୍କରେ ଚାଷୀମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇବା ଦରକାର । ନାନୋ କେମିକାଲ ଭିତ୍ତିକ କୀଟନାଶକ ବ୍ୟବହାର କରିବାର ନିର୍ଦ୍ଧାରିତ ସମୟ ଅତିବାହିତ ହେବା ପରେ ଫସଲରେ ଏହାର ଅବଶେଷ ରହିବାର ବିପଦ ନଥାଏ ବୋଲି କୁହାଯାଏ । ଏ ସଂପର୍କରେ ଜନ ସଚେତନତା ବୃଦ୍ଧି ନିତାନ୍ତ ଆବଶ୍ୟକ ।

କୃଷି ଶ୍ରମିକଙ୍କ ଅଭାବ ଯୋଗୁଁ ଅନାବନା ଗୁଳ୍ମ ନଷ୍ଟ କରିବା ଲାଗି ଗ୍ଲାଇଫୋସେଟ୍‌ ନାମକ ପଦାର୍ଥର ବହୁଳ ବ୍ୟବହାର କରାଯାଇଥାଏ । ଏହା କେବଳ ଯେ ସମଗ୍ର ଫସଲକୁ ବିଷାକ୍ତ କରିଦେଇ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରେ ତାହା ନୁହେଁ, ବରଂ ଏହା ଫଳରେ ଜମିର ମାଟି ଅନୁପଯୋଗୀ ହୋଇଯାଏ ଏବଂ ଏହି କାରଣରୁ ଜଳ ପ୍ରଦୂଷିତ ହୋଇଥାଏ । ପ୍ରଦୂଷଣ ପ୍ରତିହତ କରିବା ସହିତ ପ୍ରକୃତି ଓ ମୃତ୍ତିକାକୁ ପୁନରୁଜ୍ଜୀବିତ କରିବା ଏବଂ ସାଧାରଣଲୋକଙ୍କ ସ୍ବାସ୍ଥ୍ୟ ସଂପଦର ବିକାଶ ପାଇଁ ବିଷାକ୍ତ କୀଟନାଶକ ପ୍ରୟୋଗକୁ ସଂପୂର୍ଣ୍ଣ ଭାବରେ ଏଡ଼ାଇ ଯାଇ ଜୈବିକ ପଦ୍ଧତିରେ ଏବଂ ପ୍ରାକୃତିକ ଉପାୟରେ ଏକ ସୁରକ୍ଷିତ କୃଷି ସଂସ୍କୃତି ପ୍ରଚଳନ ନିମନ୍ତେ ଉଦ୍ୟମ ଦିଗରେ ସରକାର ନୂତନ ବିଧେୟର ରୂପରେଖ ପ୍ରସ୍ତୁତ କରିବା ନିଶ୍ଚିତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.