ETV Bharat / bharat

ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନଙ୍କ କାର୍ଯ୍ୟକାଳ 3 ମାସ ବୃଦ୍ଧି - ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ୟାବିନେଟର ନିଯୁକ୍ତି କମିଟି ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନଙ୍କ କାର୍ଯ୍ୟକାଳ 30 ଏପ୍ରିଲ, 2020 ପର ଠାରୁ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ...

Health Secretary Preeti Sudan
Health Secretary Preeti Sudan
author img

By

Published : Apr 26, 2020, 8:39 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନଙ୍କ କାର୍ଯ୍ୟକାଳ ଆଉ ତିନି ମାସ ବୃଦ୍ଧି କରାଯାଇଛି । ଆନ୍ଧ୍ରପ୍ରଦେଶ କ୍ୟାଡରର 1983 ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରୀତି 30 ଏପ୍ରିଲରେ ଅବସର ନେବାକୁ ଯାଉଥିଲେ । କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରୀତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ ଜାରି ରଖିବେ।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ୟାବିନେଟର ନିଯୁକ୍ତି କମିଟି ପ୍ରୀତି ସୁଦନଙ୍କ କାର୍ଯ୍ୟକାଳ 30 ଏପ୍ରିଲ, 2020 ପର ଠାରୁ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛି ।

ପ୍ରୀତି ସୁଦନ ୱାଶିଂଟନ୍‌ର ବିଶ୍ବ ବ୍ୟାଙ୍କରେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନର କୋରୋନାଭାଇରସ୍ ଚ୍ୟାଲେଞ୍ଜ ସହିତ ଲଢିବା ପାଇଁ ତାଙ୍କ ମନ୍ତ୍ରଣାଳୟ ହେଉଛି ନୋଡାଲ୍ ଏଜେନ୍ସି |

ଚୀନ୍‌ର ଉହାନରୁ 645 ଜଣ ଛାତ୍ରଙ୍କୁ ଭାରତ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.