ETV Bharat / bharat

ବଢିବ ତମାଖୁ ସେବନର ଆଇନଗତ ବୟସ ସୀମା - increase legal age tobacco consumption

ବଢିବ ତମାଖୁ ସେବନର ଆଇନଗତ ବୟସ ସୀମା । ପୂର୍ବରୁ ଥିବା 18 ବର୍ଷ ପରିବର୍ତ୍ତେ 21 ବର୍ଷର ପିଲା ବର୍ତ୍ତମାନ ଆଇନଗତ ଭାବେ ତମାଖୁ ସେବନ କରିବା ନେଇ ଆସିଛି ପ୍ରସ୍ତାବ। ଅଧିକ ପଢନ୍ତୁ...

health ministry mulls increase legal age tobacco consumption years
ପ୍ରତୀକାତ୍ମକ ଫଟୋ
author img

By

Published : Feb 24, 2020, 1:50 AM IST

ନୂଆଦିଲ୍ଲୀ: ବଢିବ ତମାଖୁ ସେବନର ବୟସ ସୀମା । ପୂର୍ବରୁ ଆଇନଗତ ଭାବେ ଥିବା ବୟସ ସୀମା 18ରୁ 21 ବର୍ଷ କରାଯିବ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ଅନୁଷ୍ଠିତ ଏକ ବୈଠକରେ ପ୍ରସ୍ତାବ ରଖିଛି ।

ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ପକ୍ଷରୁ କୁହାଯାଇଛି, ସାଧାରଣତଃ କୈଶୋର ଅବସ୍ଥାରେ ଧୂମପାନ ଆରମ୍ଭ ହୋଇଥାଏ । ଏହି ବୟସର ପିଲାମାନେ ଚାପଗ୍ରସ୍ତ କିମ୍ବା ଆଜି କାଲିର ଫ୍ୟାଶନ ଯୋଗୁଁ ଧୂମ୍ରପାନ କରିଥାନ୍ତି । ଏହି ନୂତନ ନିୟମରେ ଅନୁସାରେ ଅବିଭାବକ ମଧ୍ୟ ଏହି ବୟସର ପିଲାଙ୍କୁ ତମାଖୁ ଜାତୀୟ କୌଣସି ନିଶା ଦ୍ରବ୍ୟ ପାଇଁ ଦୋକାନକୁ ପଠାଇପାରିବେ ନାହିଁ ।

ତମାଖୁ ନିୟନ୍ତ୍ରଣ ଆଇନରେ ରହିଥିବା ବ୍ୟବସ୍ଥାକୁ ଏବେ କଡାକଡି ଭାବେ ଲାଗୁ କରାଯିବ । ବର୍ତ୍ତମାନ ଏହି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ ଟାଣିବା, ଶିକ୍ଷାନୁଷ୍ଠାନର 100 ୟାର୍ଡ ପରିସୀମା ଭିତରେ ସିଗାରେଟ ବିକ୍ରି କରିବା ଏବଂ 18ବର୍ଷରୁ କମ ପିଲାଙ୍କୁ ତମାଖୁ ବିକ୍ରି କରିବା ଦଣ୍ଡନୀୟ ଅପରାଧ ।

ସର୍ଭେରୁ ଜଣାଯାଇଛି, ପୁରୁଷଙ୍କ ଭିତରୁ 19%, ମହିଳାଙ୍କ ମଧ୍ୟରୁ 2% ଏବଂ ସମସ୍ତ ସାବାଳକଙ୍କ ମଧ୍ୟରୁ 10.7% ତମାଖୁ ସେବନ କରୁଛନ୍ତି । ଅନ୍ୟପକ୍ଷରେ 29.6% ପୁରୁଷ, 12.8% ମହିଳା ଏବଂ 21.8% ସାବାଳକ ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.