ETV Bharat / bharat

କୋରୋନା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶନାମା ଜାରି - Health Ministry issues guidelines for notifying COVID-19

COVID-19 ପ୍ରଭାବିତ ଲୋକଙ୍କୁ ଅବଗତ କରାଇବା ପାଇଁ ଘରୋଇ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଦ୍ବାରା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶନାମା ଜାରି କରିଛି ।

Health Ministry issues guidelines for notifying COVID-19
କୋରୋନା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶନାମା ଜାରି
author img

By

Published : Mar 18, 2020, 12:07 PM IST

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା । COVID-19 ପ୍ରଭାବିତ ଲୋକଙ୍କୁ ଅବଗତ କରାଇବା ପାଇଁ ଘରୋଇ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଦ୍ବାରା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶନାମା ଜାରି କରିଛି ।

ମନ୍ତ୍ରଣାଳୟ କହିଛନ୍ତି ଯେ, COVID-19ର ସନ୍ଦିଗ୍ଧ ହେଉ କିମ୍ବା ଆକ୍ରାନ୍ତ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଏହାଛଡା ଆକ୍ରାନ୍ତଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କ ତୁରନ୍ତ ଅନୁସନ୍ଧାନ ହେବା ଆବଶ୍ୟକ । ତେବେ ଏହି କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ସମର୍ଥନ ଏବଂ ସହଯୋଗ ତାଲିକାଭୁକ୍ତ ହେବା ଜରୁରୀ ଅଟେ ।

ଏହାଛଡା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଯଦି କୌଣସି COVID-19 ବ୍ୟକ୍ତି ଚିହ୍ନଟ ହେଉଛନ୍ତି ତାଙ୍କୁ ତୁରନ୍ତ ନଜରରେ ରଖିବାକୁ ସମସ୍ତ ସରକାରୀ ତଥା ବେସରକାରୀ ମେଡିକାଲ, ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ, ଆୟୁଷ ଚିକିତ୍ସକଙ୍କ ସମେତ ପଞ୍ଜୀକୃତ ବେସରକାରୀ ଚିକିତ୍ସକମାନଙ୍କ ପାଇଁ ଅର୍ନିବାର୍ଯ୍ୟ ଅଟେ ।

ତେବେ ଏହି ନିର୍ଦ୍ଦେଶନାମାରେ ଏପରି ମାମଲାର ସୂଚନା ନେଇ ରାଜ୍ୟ ଏବଂ ଜାତୀୟ ହେଲ୍ପଲାଇନ ନମ୍ବର 1075କୁ ଯୋଗାଯୋଗ କରିବାକୁ ଉଲ୍ଲେଖ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.