ETV Bharat / bharat

WHO ର ଚେୟାରମ୍ୟାନ ହେବେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ମେ 22 ରେ ଦାୟିତ୍ବ ଗ୍ରହଣ

author img

By

Published : May 20, 2020, 6:34 AM IST

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଖୁବ ଶୀଘ୍ର ବିଶ୍ବସ୍ତରରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ମେ 22 ରେ ଦାୟିତ୍ବ ଗ୍ରହଣ କରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

WHO ର ଚେୟାରମ୍ୟାନ ହେବେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କୋରୋନା ଭାଇରସ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଖୁବ ଶୀଘ୍ର ବିଶ୍ବସ୍ତରରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ସେ ମେ 22 ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ ଗ୍ରହଣ କରିବେ ।

ଜାପାନ ଡାକ୍ତର ହିରୋକି ନାକାଟାନୀଙ୍କ ସ୍ଥାନରେ ଡକ୍ଟର ହର୍ଷ ବର୍ଦ୍ଧନ 34 ସଦସ୍ୟ ବିଶିଷ୍ଟ ବୋର୍ଡର ଚେୟାରମ୍ୟାନ୍ ଅଛନ୍ତି । ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଭାର 194 ଟି ଦେଶ ଏହି ବିଶ୍ବସ୍ତରୀୟ ପ୍ଲାଟଫର୍ମରେ ଭାରତର ପ୍ରତିନିଧିତ୍ବ କରିବାକୁ ଏକ ପ୍ରସ୍ତାବ ସ୍ବାକ୍ଷର କରିଛି ।

ଗତ ବର୍ଷ ଦକ୍ଷିଣ ପୂର୍ବ ଏସିଆ ଗ୍ରୁପ୍ ନିଷ୍ପତ୍ତି ନେଇଥିଲା ଯେ ଏଥର ବୋର୍ଡ ଚେୟାରମ୍ୟାନଙ୍କୁ ଭାରତ ପକ୍ଷରୁ ଚୟନ କରାଯିବ । ଅଧିକାରୀଙ୍କ କହିବାନୁସାରେ, ହର୍ଷ ବର୍ଦ୍ଧନ ଆସନ୍ତା 22 ରେ ଏହି ପଦ ଗ୍ରହଣ କରିବେ । ଏହି ପଦବୀ ପ୍ରତିବର୍ଷ ବଦଳିଥାଏ ଏବଂ ଗତ ବର୍ଷ ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତ ପ୍ରଥମ ବର୍ଷରେ ଏହି ବୋର୍ଡର ପ୍ରତିନିଧିତ୍ବ କରିବ । ସୂଚନା ଅନୁଯାୟୀ, ଏହା ଏକ ପୂର୍ଣ୍ଣକାଳୀନ ଦାୟିତ୍ବ ନୁହେଁ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କେବଳ ବୈଠକରେ ଯୋଗଦେବାକୁ ପଡିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.