ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଧାରା 370 ଉଚ୍ଛେଦ ପରେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ସୁବିଧା ଓ ରୋଜଗାର ପାଇଁ ଘରୋଇ ସଂସ୍ଥାକୁ ମିଳିଛି ଭରପୂର କେନ୍ଦ୍ରୀୟ ପ୍ରୋତ୍ସାହନ। କେନ୍ଦ୍ର ସରକାର ଏନେଇ ଅଣ୍ଟା ଭିଡିଥିବା ବେଳେ ହଠାତ୍ ହିନ୍ଦୁସ୍ତାନ କୋକାକୋଲା ପ୍ଲାଣ୍ଟକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିଛନ୍ତି । ଯାହାକୁ ନେଇ ଏବେ ସମ୍ପୃକ୍ତ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସମ୍ପୃକ୍ତ ଅଞ୍ଚଳରେ ଅନେକ ଲୋକଙ୍କ ରୋଜଗାର ଛଡାଇ ନେବା ସନ୍ଦେହ ସୃଷ୍ଟି ହେବା ସହ ଏନେଇ ସେମାନଙ୍କୁ ପୂର୍ବରୁ କାହିଁକି ଜଣା ଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ଶତାଧିକ କର୍ମଚାରୀ । ଘଟଣା ସମ୍ପର୍କରେ ଜାଣିବା ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ସହ ସେମାନେ ଧାରଣାକୁ ଓହ୍ଲାଇଛନ୍ତି । ନାରାବାଜି କରିବା ସହ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି।
ହିନ୍ଦୁସ୍ତାନ କୋକାକୋଲା କମ୍ପାନୀକୁ କନ୍ଧାରୀ ଲାଲା ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରି କରିଛନ୍ତି କେନ୍ଦ୍ର ସରକାର । ଯାହା ପରେ ଏବେ ନୂଆ କମ୍ପାନୀରେ କର୍ମଚାରୀଙ୍କ ସ୍ଥାନ ସୁରକ୍ଷିତ ଅଛି କି ନାହିଁ କିମ୍ବା ସେମାନଙ୍କ ଦରମା ନେଇ ଦେଖାଦେଇଛି ଅନିଶ୍ଚିତତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ