ETV Bharat / bharat

ୟୁପି ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାସ୍ତାରୁ ତୁରନ୍ତ ବ୍ୟାନର ହଟାଅ

ସିଏଏକୁ ନେଇ ଦେଖାଯାଇଥିବା ହିଂସାରେ ସାମିଲ ଥିବା ଲୋକଙ୍କର ପୋଷ୍ଟରକୁ ତୁରନ୍ତ ହଟାଇବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏକ ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

HC orders UP govt to remove hoardings with details of anti-CAA protesters
ୟୁପି ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାସ୍ତାରୁ ହିଂସାରେ ସମ୍ପୃକ୍ତଥିବା ଅଭିଯୁକ୍ତଙ୍କ ବ୍ୟାନର ତୁରନ୍ତ କାଢ
author img

By

Published : Mar 9, 2020, 3:08 PM IST

ଲକ୍ଷ୍ନୌ: ସିଏଏକୁ ନେଇ ଦେଖାଯାଇଥିବା ହିଂସାରେ ସାମିଲ ଥିବା ଲୋକଙ୍କର ପୋଷ୍ଟରକୁ ତୁରନ୍ତ ହଟାଇବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ରାସ୍ତାରେ ଲାଗିଥିବା ଫଟୋ, ନାମ, ଠିକଣା ଆଦି ଥିବା ପୋଷ୍ଟରକୁ ହଟାଇବା ପାଇଁ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଥାଉକି, ସିଏଏକୁ ନେଇ ଉତ୍ତରପ୍ରଦେଶରେ 2019 ଡିସେମ୍ବର ମାସରେ ଦେଖାଦେଇଥିବା ହିଂସାର ଅଭିଯୁକ୍ତ ମାନଙ୍କର ଫଟୋ, ନାମ, ଠିକଣା ଆଦି ଥିବା ପୋଷ୍ଟର ବ୍ୟାନର ଉତ୍ତରପ୍ରଦେଶ ପୋଲିସ ରାସ୍ତାରେ ଲଗାଇଛି । ଏହାସହ ଏହି ହିଂସାରେ ଯାହା ନଷ୍ଟ ହୋଇଛି ତାକୁ ତୁରନ୍ତ ଦେବାକୁ ଏଥିରେ ଉଲ୍ଲେଖ ରହିଛି । ନଦେଲେ ସେମାନଙ୍କ ସମ୍ପତ୍ତି ଜବତ କରାଯିବ ବୋଲି ଦର୍ଶାଯାଇଛି । ଫଳରେ ଅଭିଯୁକ୍ତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଯାହାର ଶୁଣାଣି କରି କୋର୍ଟ ତୁରନ୍ତ ଏସବୁ ବ୍ୟାନର ଓ ପୋଷ୍ଟର ହଟାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.