ETV Bharat / bharat

‘ଆଇସୋଲେସନରେ ବିତିପାରିବନି ଜୀବନ, କୋରୋନା ସହ ଚଳିବା ଶିଖିବାକୁ ହେବ’

ଲକଡାଉନ 4.0 ମେ 31 ଯାଏଁ ବଢିବା ପରେ ଫେସବୁକ୍ ପୋଷ୍ଟରେ ଏପରି କହିଛନ୍ତି ନାଇଡୁ । ଏହାସହ ଚିନ୍ତା ଓ ଚାପକୁ ଦୂରେଇ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 18, 2020, 11:24 PM IST

‘ଆଇସୋଲେସନରେ ବିତିପାରିବନି ଜୀବନ, କୋରୋନା ସହ ଚଳିବା ଶିଖିବାକୁ ହେବ’
‘ଆଇସୋଲେସନରେ ବିତିପାରିବନି ଜୀବନ, କୋରୋନା ସହ ଚଳିବା ଶିଖିବାକୁ ହେବ’

ନୂଆଦିଲ୍ଲୀ: କୋରୋନା ଭୂତାଣୁ ସହ ଚଳିବା ଏବେ ଲୋକଙ୍କୁ ଶିଖିବାକୁ ହେବ । ଏହି ମହାମାରୀରୁ ଅନେକ କିଛି ଶିକ୍ଷା ମିଳିଲା । ଏଥିରୁ ନୂଆ ଜୀବନ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ହେବ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ।

ଲକଡାଉନ 4.0 ମେ 31 ଯାଏଁ ବଢିବା ପରେ ଫେସବୁକ୍ ପୋଷ୍ଟରେ ଏପରି କହିଛନ୍ତି ନାଇଡୁ । ଏହାସହ ଚିନ୍ତା ଓ ଚାପକୁ ଦୂରେଇ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । କେବଳ ଆଇସୋଲେସନରେ ଜୀବନ ବିତିପାରିବ ନାହିଁ । ଜୀବନର ଅନ୍ତର୍ନିହିତ ସମ୍ପର୍କକୁ ଏହି ଭାଇରସ ହାଇଲେଟ୍ କରିଥିବା ସେ କହିଛନ୍ତି । ସେ ରୋଗ ହେଉ ଅବା ଅର୍ଥନୀତି ଯାହା ଥରେ ଜଣଙ୍କୁ ଗୋଟିଏ ଜାଗାରେ ପ୍ରଭାବିତ କରିଥାଏ ତାହା ସବୁ ଜାଗାରେ ସମସ୍ତଙ୍କୁ ପ୍ରଭାବିତ କରେ । ମଣିଷ ଏପରି ସମୟରେ ଏହି ମହାମାରୀରୁ ଅନେକ କିଛି ଶିଖିବା ଉଚିତ । ଏହି ଲକଡାଉନରେ ମଣିଷ ଏକା ରହିବା ସହ ଖୁସିର ଉପାୟ ଖୋଜିନେଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଏହି ଲକଡାଉନ ମଣିଷକୁ ଏକା ରହିବା ଶିଖାଇଛି । ପରିବେଶ ଓ ବିପତ୍ତି ସହ କିପରି ତାଳ ଦେଇ ଚାଲିବା ଏଥିରୁ ଆମେ ଶିଖିଛେ । ଏହାସହ ଜୀବନରେ କିଛି ବି ନିଶ୍ଚିତତା ନାହିଁ । ଖୁବଶୀଘ୍ର ଏହା ବଦଳିପାରେ ଏକଥା କୋରୋନା ଶିଖାଇ ଦେଇଯାଇଛି । କୋରୋନା ଯୋଗୁଁ ସୋସାଇଟିରେ ଥିବା ଆର୍ଥିକ ସମସ୍ୟା ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତି ଆମେ ପୁରୁଣା ଭୁଲ ଦେଖିପାରିଛୁ ଏବଂ ଏଥିରୁ ଅନେକ କିଛି ଶିଖିଛୁ । ଏବେ ଶାନ୍ତି ଓ ବିଶ୍ବାସ ରଖି କାମ କରିବାର ସମୟ ବୋଲି ଭେଙ୍କେୟା ନାଇଡୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.