ETV Bharat / bharat

ରେଭ ପାର୍ଟି ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ରିପୋର୍ଟ ମାଗିଲେ ଗୋଆ ମୁଖ୍ୟମନ୍ତ୍ରୀ

author img

By

Published : Apr 27, 2020, 10:29 PM IST

ଲକଡାଉନ ସମୟରେ ଗୋଆରେ ଚାଲିଥିବା ରେଭ ପାର୍ଟି ଉପରେ ରିପୋର୍ଟ ମାଗିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

Have sought report on rave parties amid lockdown: Goa CM
ରେଭ ପାର୍ଟି ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ରିପୋର୍ଟ ମାଗିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାନଜୀ: ଦେଶବ୍ୟାପୀ ଚାଲିଥିବା ତାଲା ମଧ୍ୟରେ ଉତ୍ତର ଗୋଆ ବେଳାଭୂମିରେ ସଂଗଠିତ ହୋଇଥିବା ରେଭ ପାର୍ଟି ଉପରେ ଗୋଆ ପୋଲିସକୁ ସୋମବାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ରେଭ୍ ମ୍ୟୁଜିକ୍ ଇଭେଣ୍ଟରେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଉପସ୍ଥିତ ଥିବା ନେଇ ଏକ ବିଷୟ ଉପରେ ପ୍ରଶ୍ନ ପଚରାଯାଇଥିଲା । ଏହି ସମୟରେ ସାୱନ୍ତ ଗଣମାଧ୍ୟମକୁ ରିପୋର୍ଟ ମାଗିଥିବା କଥା କହିଥିଲେ ।

ଉତ୍ତର ଗୋଆର ମୋର୍ଜିମ୍-ଅରମ୍ବୋଲ୍ ବେଳାଭୂମି ବେଲ୍ଟ, ଯାହା ବିଦେଶୀ ବିଶେଷ କରି ଋଷିୟଙ୍କ ପସନ୍ଦ ଭ୍ରମଣ ଅଞ୍ଚଳ ହୋଇଥିବା ବେଳେ କୋଭିଡ୍-19 ସମୟରେ ଏଭଳି ରେଭ୍ ପାର୍ଟି ହୋଇଥିଲା କି ନାହିଁ ସେ ଉପରେ ରିପୋର୍ଟ ମଗାଯାଇଛି ।

ସାୱନ୍ତ କହିଛନ୍ତି ଯେ ରାଜ୍ୟରେ ଫସି ରହିଥିବା 6,000ରୁ ଅଧିକ ବିଦେଶୀଙ୍କୁ 32ଟି ସ୍ବତନ୍ତ୍ର ବିମାନରେ ନିଜ ନିଜ ଦେଶକୁ ପଠାଇ ଦିଆଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.