ETV Bharat / bharat

ହାଥରସ ପିଡିତାଙ୍କୁ ଦୁଷ୍କର୍ମ କରିଛି ସିଷ୍ଟମ: କେଜ୍ରିୱାଲ - ଅରବିନ୍ଦ କେଜ୍ରିୱାଲ ମତ

ୟୁପି ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ମତ ରଖିଛନ୍ତି ।

ହାଥରସ ପିଡିତା ପ୍ରଥମେ କିଛି ପଶୁ ପରେ ପୁରା ସିଷ୍ଟମ ଦ୍ବାରା ଦୁଷ୍କର୍ମ ଶିକାର ହୋଇଛନ୍ତି

author img

By

Published : Sep 30, 2020, 3:49 PM IST

ନୂଆଦିଲ୍ଲୀ: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ରଖିଦେଇଛି । ଲୋକଙ୍କ ମନରୁ ନିର୍ଭୟା ଗଣଦୁଷ୍କର୍ମ ମାମଲା ସମ୍ପୂର୍ଣ୍ଣ ଲିଭିନଥିବା ବେଳେ ପୁଣି ଘା ଉପରେ ଚୂନ ଦେଲା ଭଳି ୟୁପିରେ ସମାନ ଢଙ୍ଗରେ ଜଣେ 20 ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏହାରି ମଧ୍ୟରେ ଲୋକଙ୍କ ସମେତ ବହୁ ନେତା ମନ୍ତ୍ରୀ ଘଟଣାକୁ କଡା ନିନ୍ଦା କରି ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ନେଇ ଦାବି କରିଛନ୍ତି । ଏହିପରି ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଘଟଣା ନେଇ ନିଜର ମତ ରଖିଛନ୍ତି ।

ସେ କହିଛନ୍ତି, ହାଥରସ ପିଡିତା ପ୍ରଥମେ କିଛି ପଶୁଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ପରେ ପୁରା ସିଷ୍ଟମ ତାଙ୍କୁ ଦୁଷ୍କର୍ମ କରିଥିଲା । ପିଡିତା ପରିବାରଙ୍କ ଅଭିଯୋଗ ପରେ କେଜ୍ରିୱାଲଙ୍କ ଏହି ଟ୍ବିଟ ସାମ୍ନାକୁ ଆସିଛି । ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ନିଜ ଇଚ୍ଛାରେ ଅନ୍ତିମ ସଂସ୍କାର କରିଛି । ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ଏହାପୂର୍ବରୁ କେଜ୍ରିୱାଲ ପୀଡିତାଙ୍କ ମୃତ୍ୟୁକୁ ନେଇ ସମଗ୍ର ସମାଜ, ଦେଶ ତଥା ସମସ୍ତ ସରକାରଙ୍କ ପାଇଁ ଲଜ୍ଜାଜନକ ବୋଲି କହିଥଲେ ଏବଂ ଅପରାଧୀଙ୍କ ମୃତ୍ୟୁଦଣ୍ଡ ଦାବି କରିଥିଲେ।

ହାଥରସ ପିଡିତା ପ୍ରଥମେ କିଛି ପଶୁ ପରେ ପୁରା ସିଷ୍ଟମ ଦ୍ବାରା ଦୁଷ୍କର୍ମ ଶିକାର ହୋଇଛନ୍ତି
ହାଥରସ ପିଡିତା ପ୍ରଥମେ କିଛି ପଶୁ ପରେ ପୁରା ସିଷ୍ଟମ ଦ୍ବାରା ଦୁଷ୍କର୍ମ ଶିକାର ହୋଇଛନ୍ତି

ପ୍ରକାଶ ଥାଉକି, ଗତ 14 ସେପ୍ଟେମ୍ବର ଦିନ ଯୁବତୀ ଜଣକ ନିଜ ମାଆ ଓ ଭାଇ ସହ ଚାରା ପକାଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କୌଣସି ପ୍ରକାରେ ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ । ତେବେ ସଂପୃକ୍ତ ଯୁବକ, ଯୁବତୀଙ୍କ ଗଳାଚିପି ହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ପରିବାର ଲୋକେ ତତକ୍ଷଣାତ୍ ବାଗଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଅଲିଗଡ ଏବଂ ପରେ ସୋମବାର ଦିନ ସଫଦରଙ୍ଗଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.