ETV Bharat / bharat

କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ - ହରିୟାଣାର ଗୃହ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ

ହରିୟାଣାର ଗୃହ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କଙ୍ଗନାଙ୍କୁ ସମର୍ଥନ କରିବା ସହ ଶିବସେନାକୁ କଡା ନିନ୍ଦା କରିଛନ୍ତି । ଶିବସେନା ନେତା କାହାକୁ ବି ସତ କହିବାରୁ ରୋକି ପାରିବେ ନାହିଁ ବୋଲି ଅନିଲ ବିଜ କହିଛନ୍ତି ।

କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ
କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ
author img

By

Published : Sep 5, 2020, 5:20 PM IST

ଚଣ୍ଡିଗଡ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହି ବିବାଦରେ ଏବେ ସାମିଲ ହୋଇଛନ୍ତି ହରିୟାଣାର ଗୃହ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ । ତେବେ ସେ କଙ୍ଗନାଙ୍କୁ ସମର୍ଥନ କରିବା ସହ ଶିବସେନାକୁ ଏଥିପାଇଁ କଡା ନିନ୍ଦା କରିଛନ୍ତି । ଶିବସେନା ନେତା କାହାକୁ ବି ସତ କହିବାରୁ ରୋକି ପାରିବେ ନାହିଁ ବୋଲି ଅନିଲ ବିଜ କହିଛନ୍ତି । ମୁମ୍ବାଇ ଭାରତର ଅଂଶ ଏବଂ କଙ୍ଗନାଙ୍କୁ ସେଠାକୁ ଯିବାକୁ କେହି ରୋକିପାରିବେ ନାହିଁ । ଯେଉଁମାନେ ତାଙ୍କୁ ଧମକ ଦେଉଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ହରିୟାଣା ମନ୍ତ୍ରୀ କହିଛନ୍ତି ।

କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ

ଏଥିସହ ମନ୍ତ୍ରୀ ଅଭିନେତ୍ରୀ କଙ୍ଗନାଙ୍କ ପାଇଁ ପୋଲିସ ସୁରକ୍ଷା ଦାବି କରିଛନ୍ତି । ସେ କହିଛନ୍ତି, କଙ୍ଗନାଙ୍କୁ ପୋଲିସ ସୁରକ୍ଷା ମିଳିବା ଉଚିତ । ତାଙ୍କୁ ଖୋଲାଖୋଲି ଭାବରେ ସତ କହିବାକୁ ଅନୁମତି ମିଳିବା ଉଚିତ । ମୁମ୍ବାଇ ଶିବସେନାର ପାରିବାରିକ ପ୍ରଦେଶ ନୁହେଁ । ମୁମ୍ବାଇ ଭାରତର ଅଂଶ । ସେଠାକୁ କେହି ବି ଯାଇପାରିବେ । ତାଙ୍କୁ ଯେଉଁମାନେ ଧମକ ଦେଉଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମନ୍ତ୍ରୀ ଅନିଲ ବିଜ କହିଛନ୍ତି ।

କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ
କଙ୍ଗନାଙ୍କୁ ସମର୍ଥନ କଲେ ହରିୟାଣା ମନ୍ତ୍ରୀ

ସୂଚନା ଅନୁସାରେ, କଙ୍ଗନା ରଣାୱତ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କମିସନର ଏବଂ ମୁମ୍ବାଇ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି। ମୁମ୍ବାଇ ପୋଲିସ ବିଷୟରେ କଙ୍ଗନାଙ୍କ ବିବୃତି ପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ, ଯଦି କଙ୍ଗନାଙ୍କର ମୁମ୍ବାଇ ପୋଲିସ ଉପରେ ଭରସା ନାହିଁ ଓ ମୁମ୍ବାଇରେ ରହିବାକୁ ଡରୁଛନ୍ତି ତେବେ ସେ ଆଉ ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ଯାହା ଉପରେ କଙ୍ଗନା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ମୁମ୍ବାଇକୁ ଫେରିବା ଉଚିତ ନୁହେଁ। ପ୍ରଥମେ ମୁମ୍ବାଇ ରାସ୍ତାରେ ସ୍ବାଧୀନତାର ସ୍ଲୋଗାନ ଦିଆଯାଉଥିଲା । ବର୍ତ୍ତମାନ ଖୋଲା ଧମକ ଆସୁଛି। ଏବେ ମୁମ୍ବାଇ କାହିଁକି ପାକିସ୍ତାନ ଅଧିକୃତ କଶ୍ମୀର କଶ୍ମୀର ପରି ଲାଗୁଛି ବୋଲି ସେ କହିଥିଲେ ।

ସେପଟେ କଙ୍ଗନାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଶୁକ୍ରବାର ଅଭିନେତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, କୌଣସି ବ୍ୟକ୍ତି ଏଭଳି ବୟାନ ସେତେବେଳେ ଦେଇଥାଏ, ଯେତେବେଳେ ସେ ନିଜର ମାନସିକ ସନ୍ତୁଳନ ହରାଇ ବସେ । କିଛି ଲୋକଙ୍କୁ କୃତଜ୍ଞତା ଜଣାଇବାରେ ସମସ୍ୟା ହୁଏ । ମୁମ୍ବାଇରେ ହଜାର ହଜାର ଲୋକ ଜୀବିକା ପାଇଁ କାମ କରନ୍ତି । ସେଥିମଧ୍ୟରେ କଙ୍ଗନା ବି ସାମିଲ ଅଛନ୍ତି । ସେ ଏଠାରେ ପ୍ରସିଦ୍ଧ ହେବାପରେ ଏହି ସ୍ଥାନକୁ ନିନ୍ଦା କରୁଛନ୍ତି ବୋଲି ଧନଞ୍ଜୟ ମୁଣ୍ଡେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.