ETV Bharat / bharat

ଦଶମ-ଦ୍ବାଦଶ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଖଟ୍ଟର ସରକାର - ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଖଟ୍ଟର ସରକାର

ହରିୟାଣା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 10ମ ଓ ଦ୍ବାଦଶ ଶ୍ରେଣୀର ମାର୍କସିଟ୍‌ ଓ ସାର୍ଟିଫିକେଟର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 8, 2019, 10:08 PM IST

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ଭାବରେ ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି ମନୋହର ଲାଲ ଖଟ୍ଟର । ସିଏମ୍‌ ସିଟ୍‌ରେ ବସିବା ପାଇଁ ଅନେକ କସରତ ପରେ ଏବେ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ କଠୋର ହୋଇଛନ୍ତି ଖଟ୍ଟର । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 10ମ ଓ ଦ୍ବାଦଶ ଶ୍ରେଣୀର ମାର୍କସିଟ୍‌ ଓ ସାର୍ଟିଫିକେଟର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଦ୍ବାରା ଏକ ନକଲି ବୋର୍ଡର ଖୁଲାସା ପରେ ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ ଗ୍ବାଲିୟର, ମଧ୍ୟପ୍ରଦେଶ ନାମରେ ଏକ ନକଲି ବୋର୍ଡ ଦ୍ବାରା ଶହ ଶହ ନକଲି 10ମ ଓ ଦ୍ବାଦଶ ଶ୍ରେଣୀର ସାର୍ଟିଫିକେଟ ଜାରି କରାଯାଇଛି । ହାଇକୋର୍ଟ ଆଦେଶ ପରେ ସିବିଆଇ ଏହି ନକଲି ବୋର୍ଡର ପର୍ଦ୍ଦାଫାଶ କରିଥିଲା ।

ସିବିଆଇର ଏହି ବଡ ପର୍ଦ୍ଦାଫାଶ ପରେ ହରିୟାଣର ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ବିଭାଗର ଅଧ୍ୟକ୍ଷ ଓ କର୍ମଚାରୀଙ୍କୁ ସମସ୍ତ ଶିକ୍ଷା ସମ୍ବନ୍ଧୀୟ ସାର୍ଟିଫିକେଟର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଞ୍ଚ ପରେ ନକଲି ସାର୍ଟିଫିକେଟଧାରୀ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ଚାକିରିରୁ ବରଖାସ୍ତ କରାଯିବ ବୋଲି କହିଛନ୍ତି ହରିୟାଣା ମୁଖ୍ୟ ଶାସନ ସଚିବ । ଏହାସହ ନକଲି ସାର୍ଟିଫିକେଟରେ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅଡୁଆ ମଧ୍ୟ ବଢିବ ବୋଲି ସେ କହିଛନ୍ତି ।

Intro:Body:

ds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.