ETV Bharat / bharat

କୋରୋନା ମୁକାବିଲା: 447 ଡାକ୍ତର ନିଯୁକ୍ତ କଲେ ହରିୟାଣା ସରକାର - coronavirus news

କୋରୋନା ମୁକାବିଲା ପାଇଁ ହରିୟାଣା ସରକାର 447 ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହାସହ କୋରୋନା ଭାଇରସ୍ ମୁକାବିଲା ପାଇଁ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ 100 କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରିଛନ୍ତି । ମେଡିକାଲ ଶିକ୍ଷା ଏବଂ ଅନୁସନ୍ଧାନ, ସ୍ବାସ୍ଥ୍ୟ, ରାଜସ୍ବ, ଗୃହ ଏବଂ ସହରୀ ସ୍ଥାନୀୟ ସଂସ୍ଥାଗୁଡ଼ିକ ଏହି ବିଭାଗରେ ଅନ୍ତର୍ଭୁକ୍ତ | ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 24, 2020, 5:29 PM IST

ଚଣ୍ଡିଗଡ଼: କୋରୋନା କବଳରେ ସାରା ବିଶ୍ବ । COVID-19ର ଆତଙ୍କରେ ଆତଙ୍କିତ ବିଶ୍ବର 196 ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ । ଏପରିସ୍ଥଳେ ଭାରତ କୋରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି । ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସମୂର୍ଣ୍ଣ ଓ ଆଶିଂକ ଭାବରେ ଲକ୍‌ ଡାଉନ କରାଯାଇଛି । କୋରୋନା ମୁକାବିଲା ପାଇଁ ହରିୟାଣା ସରକାର 447 ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଏହାସହ କୋରୋନା ଭାଇରସ୍ ମୁକାବିଲା ପାଇଁ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ 100 କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରିଛନ୍ତି । ମେଡିକାଲ ଶିକ୍ଷା ଏବଂ ଅନୁସନ୍ଧାନ, ସ୍ବାସ୍ଥ୍ୟ, ରାଜସ୍ବ, ଗୃହ ଏବଂ ସହରୀ ସ୍ଥାନୀୟ ସଂସ୍ଥାଗୁଡ଼ିକ ଏହି ବିଭାଗରେ ଅନ୍ତର୍ଭୁକ୍ତ | ଏ ନେଇ ରାଜ୍ୟ ମୁଖ୍ୟ ସଚିବ କେଶନି ଆନନ୍ଦ ଆରୋରା ସୂଚନା ଦେଇଛନ୍ତି ।

ଅଗ୍ରାଧିକାର ଭିତ୍ତିରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ କରିବା ପାଇଁ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷାର ସର୍ତ୍ତରେ ସାମାନ୍ୟ କୋହଳ ଅବଲମ୍ବନ କରାଯାଇ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଚାରୋଟି ବେସରକାରୀ ଲାବୋରେଟୋରୀରେ ପରୀକ୍ଷା ସୁବିଧା ଆରମ୍ଭ ହେବ ଓ କ୍ଷମତାର 50 ପ୍ରତିଶତ ସରକାର ବ୍ୟବହାର ପାଇଁ ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହା ବ୍ୟତୀତ ଯୋଗାଣକାରୀଙ୍କ ସହ ସମନ୍ବୟ ରକ୍ଷା କରି N-95 ମାସ୍କ ଯୋଗାଣ ତ୍ବରାନ୍ବିତ ହେବ । ଯାହା ଦ୍ବାରା ଜରୁରୀକାଳୀନ କର୍ମଚାରୀ ଓ ଡ୍ୟୁଟିରେ ଥିବା ଅଧିକାରୀମାନେ ଏକ ଜରୁରୀ ଭିତ୍ତିରେ ଯୋଗାଇ ପାରିବେ ।

ଏଠାରେ ସୂଚନା ଯୋଗ୍ୟ ଯେ, ହରିୟାଣା ବର୍ତ୍ତମାନ ସୁଦ୍ଧା ମୋଟ 26 ସଂକ୍ରମଣ ରିପୋର୍ଟ ରହିଛି । ସେମାନଙ୍କ ମଧ୍ୟରୁ 12 ଭାରତୀୟ ଓ 14 ବିଦେଶୀ ନାଗରିକ ବୋଲି ଜଣାଯାଇଛି । ଏହାସହ 11 ଜଣ କୋରୋନାରୁ ସୁସ୍ଥ ହୋଇଥିବା ବେଳେ କୌଣସି ମୃତ୍ୟୁ ରିପୋର୍ଟ ନାହିଁ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ 492 ଟି କରୋନା ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ 37 ଜଣ ରୋଗୀ ଡିସଚାର୍ଜ ହୋଇଛନ୍ତି ଏବଂ 9 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । 451 ଭାରତୀୟ ସଂକ୍ରମିତ ହୋଇଥିବା ବେଳେ 41 ବିଦେଶୀ ନାଗରିକ ରହିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.