ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି 51 ଜଣ କୋଟିପତି ମନ୍ତ୍ରୀ । ଏମାନଙ୍କ ଭିତରୁ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଅକାଳିଦଳର ହରସିମରତ କୌର ବାଦଲ । ତାଙ୍କର ସମ୍ପତ୍ତି 217 କୋଟି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ ପକ୍ଷରୁ ଏହି ସୂଚନା ମିଳିଛି ।
ହରସିମରତ କୌର ବାଦଲ ହେଉଛନ୍ତି ସିରୋମଣି ଅକାଳି ଦଳର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଶୁଖବୀର ସିଂ ବାଦଲ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ବୋହୂ। 2 କନ୍ୟା ସନ୍ତାନଙ୍କ ମା ହରସିମରତ କୌର । 2009 ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ସେହି ବର୍ଷ ଭତିଣ୍ଡା ଲୋକସଭା ଆସନରୁ ସେ 1.2 ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ ।
ଠିକ ସେହି ଭଳି 2014 ନିର୍ବାଚନରେ ମଧ୍ୟ ସେ ମନପ୍ରିତ ବାଦଲଙ୍କୁ ହରାଇ ବିଜୟ ଲାଭ କରିଥିଲେ। ପୁଣି ଥରେ ସେ ସମାନ ନିର୍ବାଚନୀ ମଣ୍ଡଳୀରେ ଏଥର ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏଥର ତାଙ୍କୁ ମଧ୍ୟ ମୋଦି କ୍ୟାବିନେଟରେ ସ୍ଥାନ ମିଳିଛି ।