ETV Bharat / bharat

ଆୟୁଷ୍ମାନ ଭାରତରେ ସାମିଲ ପାଇଁ 4 ରାଜ୍ୟକୁ ଚିଠି - Urges

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ 4ଟି ରାଜ୍ୟକୁ କେନ୍ଦ୍ରର ଚିଠି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନୂଆଦିଲ୍ଲୀ, ଓଡିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଫୋନ ମାଧ୍ୟମରେ ଆଲୋଚନା ମଧ୍ୟ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 6, 2019, 10:04 AM IST

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ 4ଟି ରାଜ୍ୟକୁ କେନ୍ଦ୍ରର ଚିଠି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନୂଆଦିଲ୍ଲୀ,ଓଡିଶା,ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଯୋଜନା ବିଷୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ପରବର୍ତ୍ତୀ ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ କଥା ହୋଇଥିବା ହର୍ଷବର୍ଦ୍ଧନ କହିଛନ୍ତି । ପ୍ରକାଶ ଥାଉକି, ପୂର୍ବରୁ ଏହି ଯୋଜନାରେ ଚାରି ରାଜ୍ୟ ସାମିଲ ହୋଇନଥିବାବେଳେ ଏବେ କେନ୍ଦ୍ର ଅନୁରୋଧ କରି କି ପ୍ରତିଶୃତି ଦେଇଛନ୍ତି, ସେନେଇ ଏବେ କିଛି ଜଣାପଡିନାହିଁ ।

ଆୟୁଷ୍ମାନ ଯୋଜନା ଭଳି ଏକ ଦୂରଦର୍ଶୀ ଯୋଜନା ଭାରତର ସମସ୍ତ ଗରିବ, ବଞ୍ଚିତ ଓ ଦାବିଦାର ଲୋକଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ହର୍ଷବର୍ଦ୍ଧନ ଲେଖିଛନ୍ତି । ତେଣୁ ଆଗାମୀ ଦିନରେ କେନ୍ଦ୍ରର ସହାୟତାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟ କରାଯିବ ।

ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ଲାଗ୍ସିପ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସର୍ଟକଟ । ଏହି ଯୋଜନାରେ ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକ ମାଗଣାରେ ୫ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବା ପାଇପାରିବେ । ଏହି ଯୋଜନାରେ 61 ଲକ୍ଷ ଏସଇସିସି ତାଲିକାଭୁକ୍ତ ପରିବାର ଉପକୃତ ହେବେ । ଏହା ବିଶ୍ବର ସବୁଠୁ ବଡ ସ୍ବାସ୍ଥ୍ୟ ସେବା ଯୋଜନା ।

Intro:Body:

D

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.