ETV Bharat / bharat

ହରିୟାଣା ରାଜନୀତି: ଶପଥ ଗ୍ରହଣର ସପ୍ତାହ ପରେ ହୋଇନାହିଁ ମନ୍ତ୍ରୀମଣ୍ଡଳ ଗଠନ

ଚଳିତ ବର୍ଷ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରି ସାରିଛନ୍ତି। ହେଲେ ଏହା ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ରାଜ୍ୟର ନୂତନ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରିନାହିଁ।

author img

By

Published : Nov 9, 2019, 1:15 PM IST

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

ଚଣ୍ଡିଗଡ: ଚଳିତ ବର୍ଷ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇସାରିଛି । ହେଲେ ରାଜ୍ୟରେ ନୂତନ ସରକାର ଗଠନ କରିବା ପାଇଁ କରିବା କୌଣସି ଦଳକୁ ଆବଶ୍ୟକୀୟ ବହୁମତ ମିଳିନାହିଁ । ହରିୟାଣାରେ କ୍ଷମତାସୀନ ଥିବା ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ବିଜେପି, ନଗଗଠିତ ଜନନାୟକ ଜନତା ପାର୍ଟି(ଜେଜେପି) ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବଳରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିଛି ।

ହରିୟାଣାରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶପଥ ଗ୍ରହଣ କରି ସାରିଛନ୍ତି । ଏହା ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁନାହିଁ । ଗତ ଅକ୍ଟୋବର 27ରେ ଶପଥ ଗ୍ରହଣ ସାରିବା ପରେ ବିଧାନସଭାର ବିଶେଷ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳ ଗଠନ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ । ଏହି ଅଧିବେଶନ ଚଳିତ ନଭେମ୍ବର 4ରୁ ଆରମ୍ଭ ହୋଇ 6ରେ ଶେଷ ହୋଇଛି । ଏହାର ପ୍ରଥମ ଦିନରେ ସମସ୍ତ ନବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିଥିଲେ ।

ସରକାର ସାମିଲ ହେବା ପରେ, ବିଜେପିର ମେଣ୍ଟ ସହଯୋଗୀ ତଥା ନଗଗଠିତ ରାଜନୈତିକ ଦଳ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା କହିଛନ୍ତି ଯେ, ବିଜେପିକୁ ତାଙ୍କ ଦଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ଆମ ଦଳରୁ କିଏ ମନ୍ତ୍ରୀ ହେବ ତାହା ଆମେ ନିର୍ଣ୍ଣୟ କରିବୁ । ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ଦୁଇ ଦଳ ନିଜ ନିଜର ବିଧାୟକ ଚୟନ କରିବେ। ଖବର ଅନୁସାରେ ସାତ ନିର୍ଦଳୀୟ ବିଧାୟକ ବିଜେପିକୁ ବିନା ସର୍ତ୍ତରେ ସମର୍ଥନ କରିଛନ୍ତି । ସେମାନଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟ ମିଳିବ ବୋଲି ଆଶାବାଦୀ ଅଛନ୍ତି । 2019 ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିବା 7 ନିର୍ଦଳୀୟ ବିଧାୟକଙ୍କ ମଧ୍ୟରୁ 6 ଜଣ ବିଜେପିର ବିଦ୍ରୋହୀ ବିଧାୟକ ।

ମୋଟ 90 ଆସନ ବିଶିଷ୍ଟ ହରିଆନା ବିଧାନସଭା ନିର୍ବାଚନରେ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଥିଲା । ଏହି ନିର୍ବାଚନରେ ବିଜେପିକୁ 40, କଂଗ୍ରେସକୁ 31, ଜେଜେପିକୁ 10, ଆଇଏଲଏଲଡିକୁ 1, ଲୋକହିତ ପାର୍ଟିକୁ 1ଟି ଆସନ ମିଳିଛି । ସେହପରି 7ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.