ETV Bharat / bharat

ମୁମ୍ବାଇର ଭାନୁଶାଳୀ କୋଠା ଭୁଶୁଡି 6 ମୃତ - ଉଦ୍ଧାର କାର୍ଯ୍ୟ ଜାରି

ଦକ୍ଷିଣ ମୁମ୍ବାଇ ସ୍ଥିତ 6 ମହାଲା ବିଶିଷ୍ଟ ଭାନୁଶାଳୀ କୋଠାର କିଛି ଅଂଶା ଭୁଶୁଡି ପଡିଛି । ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତଚ ନେଇ ସୂଚନା । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ମୁମ୍ବାଇର ଭାନୁଶାଳୀ କୋଠା ଭୁଶୁଡି 4 ମୃତ
ମୁମ୍ବାଇର ଭାନୁଶାଳୀ କୋଠା ଭୁଶୁଡି 4 ମୃତ
author img

By

Published : Jul 16, 2020, 7:40 PM IST

Updated : Jul 17, 2020, 9:56 AM IST

ମୁମ୍ବାଇ: ଗତ 2 ଦିନରୁ ଜାରି ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ମୁମ୍ବାଇ ସ୍ଥିତ ଏକ 6 ମହାଲା ବିଶିଷ୍ଟ ଭାନୁଶାଳୀ କୋଠା ଭୁଶୁଡିପଡିଛି । ଏହି ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନସୁଦ୍ଧା 23 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ 4 ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି ।

ମୁମ୍ବାଇର ଭାନୁଶାଳୀ କୋଠା ଭୁଶୁଡି 4 ମୃତ

ବିଏମସିର ଜରୁରୀକାଳୀନ ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଛତ୍ରପତି ଶିବାଜୀ ଟର୍ମିନସ ନିକଟସ୍ଥ ଫୋର୍ଟରେ ଥିବା ଭାନୁଶାଳୀ କୋଠାର 40 ପ୍ରତିଶତ ଅଂଶ ଅଚାନକ ଭୁଶୁଡି ପଡିଥିଲା । ଖବରପାଇ ଦମକଳ ବାହିନୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଅଧିକାରୀଙ୍କ କହିବା ଅନୁଶାରେ ମୁମ୍ବାଇରେ ଗତ 2 ଦିନରୁ ଲଗାଣ ବର୍ଷା ଜାରି ରହିଛି । ଏପରିସ୍ଥିତିରେ ଦୁର୍ବଳ ଓ ବଡବଡ କୋଠା ଭୁଶୁଡି ପଡିବାର ବିପଦ ବଢିଯାଇଛି । ଫୋର୍ଟ ଅଞ୍ଚଳରେ ଅନେକ ଏପରି ପୁରୁଣା କୋଠା ରହିଛି । ପୂର୍ବରୁ 2019ରେ ବିଏମସି ଏହି କୋଠାକୁ ବିପଦଜନକ ଘୋଷଣା କରିବା ସହ ନୋଟିସ ମଧ୍ୟ ଜାରି କରିଥିଲା । ଅନେକ ପରିବାର ଏଠାରୁ ଚାଲିଯାଇଥିବା ବେଳେ ବର୍ତ୍ତମାନସୁଦ୍ଧା ଏଠାରେ 8ଟି ପରିବାର ରହୁଥିଲେ ।

ତଥ୍ୟ ଅନୁଶାରେ ମୁମ୍ବାଇରେ ପାଖାପାଖି 16000ଟି ପୁରୁଣା ଓ କମଜୋର କୋଠା ରହିଛି । ବର୍ଷାଦଜିନ ପୂର୍ବରୁ ବିଏମସି ଏଗୁଡିକର ସୂଚୀ ଜାରି କରି ଏଠାରେ ରହୁଥିବା ଲୋକଙ୍କୁ ପ୍ରତିବର୍ଷ ନୋଟିସ ଜାରି କରିଥାଏ । ହେଲେ ସମସ୍ୟା ସତ୍ତ୍ବେ କିଛି ଲୋକେ ଏହି କୋଠାକୁ ଛାଡି ଯାଆନ୍ତି ନାହିଁ । ତେବେ ଆଗାମି ଏକ ମାସ ମଧ୍ୟରେ ଏପରି କୋଠାଗୁଡିକର ପୂନନିର୍ମାଣ କାର୍ଯ୍ୟ ପାଇଁ ଉପାୟ ଯୋଜନା ଆଣିବେ ବୋଲି କହିଛନ୍ତି ରାଜ୍ୟ ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2020, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.