ETV Bharat / bharat

ତେଲେଙ୍ଗାନା ହାଇୱେରୁ ପୁଣି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର। ତାହା ପୁଣି ଅତ୍ୟନ୍ତ ବିଭତ୍ସ ଅବସ୍ଥାରେ ମିଳିଛି। ତେବେ ସୋମବାର ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ଜାତୀୟ ରାଜପଥ 163 ନିକଟ ଏକ କ୍ଷେତରେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିବା ପୋଲିସ କହିଛି।

author img

By

Published : Jul 28, 2020, 12:24 PM IST

ତେଲେଙ୍ଗାନା ହାଇୱେ ନିକଟରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର

ଭିକାରାବାଦ: ରାସ୍ତା କଡରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ତାହା ପୁଣି ଅତ୍ୟନ୍ତ ବିଭତ୍ସ ଅବସ୍ଥାରେ ମିଳିଛି। ତେବେ ସୋମବାର ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ଜାତୀୟ ରାଜପଥ 163 ନିକଟ ଏକ କ୍ଷେତରେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିବା ପୋଲିସ କହିଛି।

ମୃତ ମହିଳାଙ୍କ ବୟସ 35 ରୁ 40 ବର୍ଷ ବୟସର ହେବ ବୋଲି ପୋଲିସ ସୂଚନା ଦେଇଛି। ଜିଲ୍ଲାର ପୁଡୁର ଜୋନର ସୋମାଙ୍ଗୁରଥୀ ଗ୍ରାମ ନିକଟରେ ନିଆଁ ଲାଗିଯାଇଥିଲା ବୋଲି ପୋଲିସ ଅଧୀକ୍ଷକ ନାରାୟଣ କହିଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ପୋଲିସ ଏକ ଟିମ୍ ଏବଂ ଏକ କୁକୁର ସ୍କ୍ବାଡ ଘଟଣାସ୍ଥଳକୁ ଯାଞ୍ଚ କରିଥିଲା। ପୋଲିସ ଅନୁମାନ କରୁଛି ଯେ ମହିଳାଙ୍କୁ ବାଡିରେ ଆକ୍ରମଣ କରାଯାଇଥିଲା, ପଥରରେ ହତ୍ୟା କରାଯାଇଥିଲା ଏବଂ ନିଆଁ ଲଗାଇ ଦିଆଯାଇଥିଲା ଯାହା ଦ୍ବାରା ତାଙ୍କୁ ଚିହ୍ନିଟ କରାଯାଇ ପାରିନାହିଁ।"

ମୃତଦେହ ସୋମାଙ୍ଗୁରଥୀ ଗ୍ରାମରେ ଥିବା ଜାତୀୟ ରାଜପଥ 163 ନିକଟସ୍ଥ ଏକ କ୍ଷେତରେ ମିଳିଥିଲା। ଏହା ପାଖରେ ବିୟର ବୋତଲ, ପାଣି ବୋତଲ, ହ୍ବିସ୍କି ବୋତଲ ଏବଂ ଦୁଇଟି ପ୍ଲାଷ୍ଟିକ୍ ଗ୍ଲାସ୍ ମିଳିଥିଲା।

ତେବେ ଘଟଣାସ୍ଥଳରେ ଏକାଠି ହୋଇଥିବା ଦୁଇ କିମ୍ବା ଅଧିକ ଲୋକ ମଦ ପିଇଥିଲେ ଏବଂ ପରେ ଏହି ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଧାରା 302 ଆଇପିସି (ହତ୍ୟା ପାଇଁ ଦଣ୍ଡ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ ଅଧୀକ୍ଷକ ନାରାୟଣ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.