ETV Bharat / bharat

କୁଆପଥର ମାଡରେ 60କୋଟି ଟଙ୍କାର ଆମ୍ବ ନଷ୍ଟ - West Bengal Malda

ପଶ୍ଚିମବଙ୍ଗର ମାଲଦା ଏହାର ବିଭିନ୍ନ କିସମ ଆମ୍ବ ଓ ଫଳ ପାଇଁ ପ୍ରସିଦ୍ଧ । ଏପରିସ୍ଥଳେ ଗତ ସପ୍ତାହରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅଦିନିଆ ବର୍ଷା ଓ କୁଆପଥର ମାଡରେ 60 କୋଟି ଟଙ୍କା ମୂଲ୍ୟର ଆମ୍ବ ନଷ୍ଟ ହୋଇଯାଇଥିଲା ବୋଲି ଜଣେ ଅଧିକାରୀ ସୋମବାର କହିଛନ୍ତି। ଅଧିକ ପଢନ୍ତୁ...

mango
mango
author img

By

Published : Apr 27, 2020, 6:44 PM IST

କୋଲକାତା: ସାରା ଦେଶରେ ଗୋଟିଏ ପଟେ କୋରୋନା ବିତ୍ପାତ ଜାରି ରହିଛି । ଏଥିପାଇଁ ଚାଷୀକୂଳ ହନ୍ତସନ୍ତ । ବିଭିନ୍ନ ସ୍ଥାନରେ ଅଭାବୀ ବିକ୍ରିର ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ କୋରୋନା ପ୍ରଭାବରେ ହାହାକାର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ପ୍ରକୃତି ଦାଉ ସାଜୁଛି । ଚାରିଆଡୁ ଚାଷୀ ଦହଗଞ୍ଜ । ଏପରିସ୍ଥଳେ ଗତ ସପ୍ତାହରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅଦିନିଆ ବର୍ଷା ଓ କୁଆପଥର ମାଡରେ 60 କୋଟି ଟଙ୍କା ମୂଲ୍ୟର ଆମ୍ବ ନଷ୍ଟ ହୋଇଯାଇଥିଲା ବୋଲି ଜଣେ ଅଧିକାରୀ ସୋମବାର କହିଛନ୍ତି।

ପଶ୍ଚିମବଙ୍ଗର ମାଲଦା ଏହାର ବିଭିନ୍ନ କିସମ ଆମ୍ବ ଓ ଫଳ ପାଇଁ ପ୍ରସିଦ୍ଧ । ସମଗ୍ର ଜିଲ୍ଲାରେ 31,000 ହେକ୍ଟରରୁ ଅଧିକ ଜମିରେ ଆମ୍ବ ଓ ଫଳ ଚାଷ କରାଯାଏ | ଏପ୍ରିଲ୍ 19 ଏବଂ 20 ରେ କୁଆପଥର ମାଡରେ ଜିଲ୍ଲାର ପ୍ରାୟ 60,000 ମେଟ୍ରିକ୍ ଟନ୍ ଆମ୍ବ ନଷ୍ଟ ହୋଇଯାଇଛି । ଏହାର ମୂଲ୍ୟ ପ୍ରାୟ 60 କୋଟି ଟଙ୍କା ବୋଲି ମାଲଦାର ଉଦ୍ୟାନ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ସହକାରୀ ନିର୍ଦ୍ଦେଶକ ରାହୁଲ ଚକ୍ରବର୍ତ୍ତୀ କହିଛନ୍ତି।

ମାଲଦାରେ ଆମ୍ବ ବେପାରର ମୂଲ୍ୟ ବର୍ଷକୁ 600 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ କହିଛନ୍ତି ଯେ ଜିଲ୍ଲାର 15 ଟି ଆମ୍ବ ଉତ୍ପାଦନ କରୁଥିବା ବ୍ଲକ ମଧ୍ୟରୁ ଇଲିଂଶ ବଜାର, ପୁରୁଣା ମାଲଦା, ରାଟୁଆ କାଳିଆଛକରେ ଥିବା ବଗିଚା କୁଆପଥର ମାଡ ଦ୍ବାରା ପ୍ରଭାବିତ ହୋଇଛି।

ମାଲଦା ଫାଜଲି ଏବଂ ଖିରସାପାଟି ପରି ଅନ୍ୟ କିସମ ମିଠା ଆମ୍ବ ପାଇଁ ଜଣାଶୁଣା | ଜିଲ୍ଲାର ପ୍ରାୟ 4.5 ଲକ୍ଷ ଲୋକ ଆମ୍ବ ବ୍ୟବସାୟ ସହ ଜଡିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.