ETV Bharat / bharat

ବଦଳାନ୍ତୁ ବେଡରେ ଖାଇବାର ବଦଭ୍ୟାସ, ନଚେତ୍ ମାଡି ବସିବ ରୋଗ - _eating-food-in-bed

ବେଡ ଉପରେ ବସି ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଅପରିଷ୍କାର ହୋଇ ରହିଥିବା ବେଡ ଓ ଚଟାଣ ବିଭିନ୍ନ ରୋଗର ବାହକ। ଶୋଇବା ଶେଯରେ ବସି ଖାଇବା ଶରୀରକୁ ଅନେକ ଦୃଷ୍ଟିରୁ କ୍ଷତି ପହଞ୍ଚାଇଥାଏ। ଅଧିକ ଖବର ପଢନ୍ତୁ...

ବଦଳାନ୍ତୁ ବେଡରେ ଖାଇବାର ବଦଅଭ୍ୟାସ, ନଚେତ୍ ମାଡି ବସିବ ରୋଗ
author img

By

Published : Nov 13, 2019, 4:46 PM IST

ଖାଇବା ସମୟରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ବଦଭ୍ୟାସ ରହିଥାଏ। କିଏ ଖାଇଲା ବେଳେ ଟିଭି ଦେଖେ ତ ଆଉ କିଏ ଫୋନ ଦେଖି ଖାଇଥାନ୍ତି। ହେଲେ ଏସବୁ ବଅଭ୍ୟାସ ପରବର୍ତ୍ତୀ ସମୟରେ ଆପଣଙ୍କୁ ଭାରୀ ପଡିପାରେ।

ଆପଣ ଜାଣିଛନ୍ତି ବେଡ ଉପରେ ବସି ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଅପରିଷ୍କାର ହୋଇ ରହିଥିବା ବେଡ ଓ ଚଟାଣ ବିଭିନ୍ନ ରୋଗର ବାହକ। ଶୋଇବା ଶେଯରେ ବସି ଖାଇବା ଶରୀରକୁ ବହୁ ଭାବରେ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଏହି ଗୁଣର ଖରାପ ପ୍ରଭାବ ଉପରେ...

1.ବେଡରେ ଖାଇବା ଶରୀର ଉପରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ। ଏପରିକି ଅନେକ ଲୋକ ଖାଇବା ବେଳେ ଟିଭି ଦେଖନ୍ତି ଯାହା ଆମ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ। ଏହାଛଡା ମସ୍ତିସ୍କ ବିଶ୍ରାମ ପାଇନଥିବାରୁ ଶରୀରରକୁ ଥକ୍କା ଅନୁଭବ ହୋଇଥାଏ।ବିଭିନ୍ନ ସମୟରେ ଶୋଇବାରେ ଅନିୟମିତତା ଦେଖାଯାଇଥାଏ।

2.ବେଡରେ ବସି ଖାଇବା ଦ୍ବାରା ମଶା, ମାଛି, ପିମ୍ପୁଡି, ଜନ୍ଦା ଓ ଅସରପା ବଢିଥାନ୍ତି। କାରଣ ଖାଇବାର ଟିକିଏ ଅଂଶ ପିମ୍ପୁଡିଙ୍କ ଦାବତ୍ ହୋଇଯାଏ। ଯଦି ଆପଣ ଅସୁସ୍ଥ ହେବାକୁ ଚାହୁଁନାହାଁନ୍ତି ତେବେ ବେଡରେ ଖାଇବା ଛାଡିଦିଅନ୍ତୁ। ଏହାବଦଳରେ ଡାଇନିଂ ଟେବୁଲର ବ୍ୟବହାର କରିପାରିବେ।

3.ମଇଳା ବେଡସିଟରେ ଜୀବାଣୁ ଅଧିକ ଥାନ୍ତି। ଯେତେବେ ଆମେ ବେଡରେ ବସି ଖାଇଥାଉ କିଛି ଖାଦ୍ୟ ବେଡସିଟରେ ପଡିଥାଏ। ଯାହାଫଳରେ ବିଭିନ୍ନ କୀଟାଣୁ ବେଡସିଟ୍ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାନ୍ତି। ସବୁବେଳେ ଧ୍ୟାନ ଦେବା ଉଚିତ୍ 4 ଦିନ ବ୍ୟବଧାନରେ ବେଡସିଟ୍ ପରିବର୍ତ୍ତନ କରିବା ଆବଶ୍ୟକ। ଯାହାଦ୍ବାରା ବିଭିନ୍ନ ସାଙ୍ଘାତିକ ରୋଗରୁ ମୁକ୍ତି ମିଳିପାରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.