ETV Bharat / bharat

ଗୌହାଟୀ ସେଣ୍ଟ୍ରାଲ ଜେଲରେ 435 କଏଦୀ କୋରୋନା ଆକ୍ରାନ୍ତ

ବରିଷ୍ଠ ଅଧିକାରୀ ଅଖିଳ ଗୋଗୋଇ ଏବଂ ଛାତ୍ର କାର୍ଯ୍ୟକର୍ତ୍ତା ସରଜାଲ ଇମାମଙ୍କ ସମେତ ଗୌହାଟୀ ସେଣ୍ଟ୍ରାଲ ଜେଲରେ ଥିବା 984 କଏଦୀଙ୍କ ମଧ୍ୟରୁ 44% ପ୍ରତିଶତ କଏଦୀ କୋରୋନା ଆକ୍ରାନ୍ତ ହୋଇଥିବା ଏକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

author img

By

Published : Jul 24, 2020, 12:09 PM IST

Updated : Jul 24, 2020, 1:03 PM IST

gauhati central jail
ଗୌହାଟୀ ସେଣ୍ଟ୍ରାଲ ଜେଲରେ 435 କଏଦୀ କୋରୋନା ଆକ୍ରାନ୍ତ

ଗୌହାଟୀ: ବରିଷ୍ଠ ଅଧିକାରୀ ଅଖିଳ ଗୋଗୋଇ ଏବଂ ଛାତ୍ର କାର୍ଯ୍ୟକର୍ତ୍ତା ସରଜାଲ ଇମାମଙ୍କ ସମେତ ଗୌହାଟୀ ସେଣ୍ଟ୍ରାଲ ଜେଲରେ ଥିବା 984 କଏଦୀଙ୍କ ମଧ୍ୟରୁ 44% ପ୍ରତିଶତ କଏଦୀ କୋରୋନା ଆକ୍ରାନ୍ତ ହୋଇଥିବା ଏକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୌହାଟୀ ହାଇକୋର୍ଟ ଆସାମ ସରକାରଙ୍କୁ କୋରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସାମର 10 ଜିଲ୍ଲାରୁ 535 କଏଦୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ କେବଳ 435 କଏଦୀ ଗୌହାଟୀର ଅଟନ୍ତି ବୋଲି ଆସାମ ଜେଲ ଇନସ୍ପେକ୍ଟର ଜେନେରାଲ ଦଶରଥ ଦାସ କହିଛନ୍ତି ।

ବିନା ଲକ୍ଷଣଯୁକ୍ତ କୋରୋନା ରୋଗୀ ଚିକିତ୍ସିତ ହେବାପାଇଁ ଗୌହାଟୀ ସେଣ୍ଟ୍ରାଲ ଜେଲରେ 200 ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ପରେ ଅଧିକାରୀ ମାନେ ଏହିପରି ସୁବିଧା ନାଗାଓଁ ସ୍ପେସିଆଲ ଜେଲରେ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ସେହିପରି ଉତ୍ତରପ୍ରଦେଶରେ ଝାନ୍ସି ଜେଲର 128 କଏଦୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । 128 କଏଦୀଙ୍କର କୌଣସି କୋରୋନା ଲକ୍ଷଣ ପରିଲକ୍ଷିତ ହୋଇନଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Last Updated : Jul 24, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.