ETV Bharat / bharat

ଗୁରୁ ନାନକ ଜୟନ୍ତୀ: ଆସନ୍ତା 11 ଓ 12ରେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ଆସନ୍ତା 12 ରେ ଗୁରୁ ନାନାକଙ୍କ ଜୟନ୍ତୀ ଯୋଗୁଁ 11 ଓ 12ରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 7, 2019, 11:21 AM IST

ନୂଆଦିଲ୍ଲୀ: ପ୍ରଦୂଷିତ ଦିଲ୍ଲୀକୁ କିଛି ମାତ୍ରାରେ ମୁକ୍ତି ଦେବାକୁ ସରକାର ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଆରମ୍ଭ କରିଛନ୍ତି । ଏହି ନିୟମ ଗତ 3 ଦିନ ହେବ ଆରମ୍ଭ ହୋଇଥିବାବେଳେ ଏହା 15 ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ 12 ତାରିଖରେ ଶିଖ ଗୁରୁ ନାନକ ଜୀଙ୍କ 550 ତମ ଜୟନ୍ତୀକୁ ବଡ ଆକାରରେ ପ୍ରସ୍ତୁତିର ଆୟୋଜନ କରାଯାଉଛି ।

ଏହି ଅବସରରେ ଦିଲ୍ଲୀ ସରକାର ଶିଖ ସମୁଦାୟଙ୍କର ଦାବିକୁ ମଞ୍ଜୁରୀ ଦେଇ ଆସନ୍ତା 11 ନଭେମ୍ବରରେ ନଗର କୀର୍ତ୍ତନ ଓ 12ରେ ଗୁରୁ ନାନକଙ୍କ ଜୟନ୍ତୀ ଯୋଗୁଁ ଏହି ଫର୍ମୁଲା ଲାଗୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଅନ୍ୟପଟେ ପ୍ରଦୂଷଣର ମାତ୍ରାକୁ ଦେଖି ଦିଲ୍ଲୀ ସରକାର ନଭେମ୍ବର 5 ଯାଏଁ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଖୋଲିବା ପରେ ନୂଆ ଫର୍ମୁଲା ଲାଗୁ ହୋଇଥିବା ଯୋଗୁଁ କାହାକୁ ଯେପରି କୌଣସି ଅସୁବିଧା ହୋଇଛିକି ନାହିଁ ସେ ସମ୍ପର୍କରେ ଜାଣିବା ନେଇ ସରକାର ଏହାର ସମୀକ୍ଷା କରିଥିଲେ ।

ପରିବହନ ମନ୍ତ୍ରୀ କୈଳାସ ଗେହଲଟ କହିଛନ୍ତି ଯେ, ସାରାଦିନ ଭିତରେ କୌଣସି ସ୍ଥାନରୁ କିଛି ବି ଅସୁବିଧା ହୋଇଥିବାର ସୂଚନା ମିଳିନାହିଁ । ରାଜ୍ୟବାସୀ ଏନେଇ ବହୁତ ସପୋର୍ଟ କରୁଥିବାରୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗି ହେବା ନେଇ ସରକାର ପର୍ଯ୍ୟାବରଣ ବସ ସେବା ଅନୁସାରେ ଘରୋଇ ବସକୁ ଅଣାଯାଇଥିଲା । ସେଥିମଧ୍ୟରୁ ଆହୁରି 100ଟି ବସ ସାମିଲ ହୋଇଛି । ଲୋକଙ୍କୁ ଯାହା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଆଉ ହେବନାହିଁ ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.