ETV Bharat / bharat

ଦେଶ ଗଠନ ପାଇଁ ପ୍ରସ୍ତୁତ ବ୍ରିଟିଶ ସେନାର ପୂର୍ବତନ ସୈନିକ - vote

ଦିନେ ଦେଶର ସୁରକ୍ଷା ପାଇଁ ସେନାରେ ଯୋଗ ଦେଇଥିଲେ । ଆଉ ଆଜି ଦେଶ ଗଠନ ପାଇଁ ମତଦାନ କରିବାକୁ ବି ପୁରା ପ୍ରସ୍ତୁତ । ଦେଶ ପ୍ରେମ ଆଗରେ ହାର ମାନିଛି ବୟସ ।

ଫାଇଲ ଫଟୋ
author img

By

Published : May 11, 2019, 7:21 PM IST

ଗୁରୁଗାଓଁ: ଦିନେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଥିଲେ । ଆଉ ଆଜି ଦେଶ ଗଠନ ପାଇଁ ମତଦାନ କରିବାକୁ ବି ପ୍ରସ୍ତୁତ । ଦେଶ ପ୍ରେମ ଆଗରେ ହାର ମାନିଛି ବୟସ। ସେନାରେ ଥିବାବେଳେ ଦେଶର ରକ୍ଷା ପାଇଁ ଯେଉଁ ଆଗ୍ରହ ଥିଲା ଆଜି ଦେଶ ନିର୍ମାଣରେ ଭୋଟ ଦାନ ପାଇଁ ରହିଛି ସେତିକି ଉତ୍ସାହ। ବୟସର ଦ୍ବାହି ଦେଇ ଭୋଟଦାନରୁ ବିରତ ରହୁଥିବା ଲୋକଙ୍କ ପାଇଁ ଆହ୍ବାନ ବନିଛନ୍ତି ହରିୟାଣାର 106 ବର୍ଷୀୟ ଅବସରପ୍ରାପ୍ତ ସେନାଧିକାରୀ ।

ସୂଚନା ଅନୁସାରେ, ଗୁରୁଗାଓଁରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ 12 ତାରିଖରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ରିୱାରୀ ଜିଲ୍ଲାର ଭବାନୀ ସିଂ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି 106 ବର୍ଷୀୟ ବୃଦ୍ଧ ସ୍ବାଧୀନତା ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଲୋକସଭା , ବିଧାନସଭା ଓ ପଞ୍ଚାୟତ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି । ସେ 1946 ମସିହାରେ ବ୍ରିଟିଶ ଶାସନ କାଳରେ ସେନାରୁ ଅବସର ଗ୍ରହଣ କରିଥିଲେ ।

ଭବାନୀଙ୍କ ବିଷୟରେ କହିବାକୁ ଗଲେ ସେ ସବୁ କାର୍ଯ୍ୟ କରିପାରନ୍ତି ଓ ବହୁତ କମ ଶୁଣନ୍ତି । ସେ ବର୍ତ୍ତମାନ ମଧ୍ୟ ବିନା ଔଷଧରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ କହିବା ଅନୁସାରେ ସେ ବ୍ରିଟିଶ ସେନାରେ ଯୋଗ ଦେବା ପୂର୍ବରୁ ବର୍ମା ଯୁଦ୍ଧରେ ଭାଗ ନେଇଥିଲେ । ତାଙ୍କୁ ପ୍ରଥମେ ନାଶିକରେ ମୁତୟନ କରାଯାଇଥିଲା ଏବେ ସେ 23,406 ଟଙ୍କା ପେନସନ ପାଉଛନ୍ତି । ଭବାନୀଙ୍କ ପୁଅ ନରେଶ ୟାଦଭଙ୍କ କହିବା ଅନୁସାରେ ତାଙ୍କ ବାପା ରାମପୁରା ଜିଲ୍ଲାର ସବୁଠୁ ବୟସ୍କ ଭୋଟର ।

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.