ଜମ୍ମୁକାଶ୍ମୀର: ଶୁକ୍ରବାର ବଡଗାମ୍ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ରହିଛି । ଆତଙ୍କବାଦୀଙ୍କ ଉପସ୍ଥିତ ନେଇ ଜଣାପଡିବା ପରେ ସୁରକ୍ଷାକର୍ମୀ ବଡଗାମର ନାଏଗାଁ ଅଞ୍ଚଳରେ ଘେରାବନ୍ଦୀ କରିଦେଇଛନ୍ତି।
ଲୁକାୟିତ ଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଛନ୍ତି । ତେବେ ଉଭୟ ପକ୍ଷରୁ ଗୁଳିବିନିମୟ ଲାଗିରହିଥିବା ବେଳେ ବାଲକୋଟ ଏୟାର ଷ୍ଟ୍ରାଇକ ପର ଠାରୁ ସୀମାରେ ଅଶାନ୍ତି ଲାଗିରହିଛି । ଭାରତୀୟ ସେନା ପକ୍ଷରୁ ଆତଙ୍କୀଙ୍କୁ କଡା ଜବାବ ଦେଉଥିବା ବେଳେ ନିଜ ହରକତରୁ ବାଦ ପଡୁନାହାନ୍ତି ପାକ୍ ସେନା ।
ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ମୂଳପୋଛ କରିବାକୁ ମୋଦି ସରକାର ଅପରେସନ ଅଲଆଉଟକୁ ସଫଳତା ମିଳିଛି । କିନ୍ତୁ ଏହି ଅପରେସନକୁ ଆତଙ୍କୀ ଖାତିର କରୁନାହାନ୍ତି । 2014 ତୁଳନାରେ 2018 ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ କାର୍ଯ୍ୟାକଳାପ 3ଗୁଣା ବୃଦ୍ଧି ପାଇଛି ।