ନୂଆଦିଲ୍ଲୀ: ମୋଦିଙ୍କୁ ଭେଟିଲେ ଗୁଜୁରାଟର ଲୋକପ୍ରିୟ ଗାୟିକା ଗୀତା ରାବରୀ । ଲୋକଗୀତରେ ପରିଚୟ ସୃଷ୍ଟି କରିଥିବା ଗାୟିକା ଗୀତା ରାବରୀ ମୋଦିଙ୍କ ନିମନ୍ତେ ଗାଇଥିବା ଗୀତ ହିଟ୍ ହେବା ପରେ ସଂସଦରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ।
ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ସ୍କୁଲରେ ଭେଟିଥିଲେ ଗୀତା । ସ୍କୁଲର ବାର୍ଷିକ ଉତ୍ସବରେ ଗୀତ ଗାଇଥିବା ଯୋଗୁଁ ଗୀତାଙ୍କୁ 250 ଟଙ୍କା ଦେଇ ପୁରସ୍କୃତ କରିଥିଲେ ପିଏମ ମୋଦି । ସେହିପରି ଗୀତା ଗାଇଥିବା ଲୋକଗୀତ ‘ରୋନା ସେରମା’କୁ 25 କୋଟି ଲୋକେ ଦେଖି ସାରିଲେଣି । ସେଥିପାଇଁ ମୋଦିଜୀଙ୍କୁ ଭେଟି ତାଙ୍କ ଠାରୁ ଆର୍ଶୀବାଦ ନେବା ପାଇଁ ଆସିଥିଲି ବୋଲି କହିଛନ୍ତି ।
ସ୍କୁଲ ସମୟରେ ମୋଦିଙ୍କ ସେହି ପ୍ରେରଣା ଆଜି ମୋତେ ଗୁଜୁରାଟର ଟପ୍ ଫୋକ୍ ଗାୟିକା କରିପାରିଥିବା ଖୁସିବ୍ୟକ୍ତ କରିଛନ୍ତି ଗୀତା ।
n: