ଗାନ୍ଧୀନଗର: ଉପକୂଳ ମୁହାଁ ହେଉଛି ବାତ୍ୟା ‘ମାହା’ । ସୋମବାର ସକାଳ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ‘ମାହା’ ଏବେ ଗୁଜୁରାଟର ପୋରବନ୍ଦର ଉପକୂଳରୁ 600 କିଲୋମିଟର ଦୂରରେ ରହିଛି । ନଭେମ୍ବର 6 ତାରିଖ ରାତିରେ ଏହା ଉପକୂଳ ଛୁଇଁବା ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଗୁଜୁରାଟ ଉପକୂଳରେ ସେହିଦିନ ରାତିରୁ ହିଁ ବର୍ଷା ଓ ପବନ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଏହାସହ ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିଆସିବାକୁ କୁହାଯାଉଛି । ନଭେମ୍ବର 7 ତାରିଖରେ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି ।
ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ସହ ଏନଡିଆରଏଫ ଟିମ୍ ମଧ୍ୟ ପ୍ରସ୍ତୁତ ରହିଛି ।